କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧୨/୦୯/୨୦୨୦,ଓଡିଶା ଜନ ଜାଗରଣ ମଞ୍ଚ ପୁରୀଜିଲ୍ଲା ତରଫରୁ ସିଦ୍ଧମହାବୀର ବ୍ରିଜ ତୁରନ୍ତ ନିର୍ମାଣ ଦାଵୀ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା | ସୂଚନା ଯୋଗ୍ୟ ଡିସେମ୍ବର ୬ ତାରିଖ ୨୦୧୯ କେନ୍ଦ୍ର ସରକାର ଯେଉଁ ସ୍ୱୀକୃତି ଦେଇଥିଲେ ସିଦ୍ଧମହାବୀର ଫ୍ଲାଏ ଓଭର ନିର୍ମାଣ ପାଇଁ ଏଥିପାଇଁ ଜମି ଅଧିଗ୍ରହଣ କରି ମାପଚୁପ ହୋଇଥିଲା |ହେଲେ ଆଜିକୁ ୮ ରୁ ୯ ମାସ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ କି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ |ଯେଉଁ କାମଟି ଅତ୍ୟନ୍ତ ଆବଶ୍ୟକ ସେଥିପାଇଁ ସରକାର ଧ୍ୟାନ ଦେଉନାହାନ୍ତି |ସିଦ୍ଧମହାବୀର ରାସ୍ତାରେ ପ୍ରତିଦିନ ଯିବାଆସିବା କରୁଥିବା ଲକ୍ଷ ଲକ୍ଷ ଲୋକମାନେ ବିପଦ ଶଙ୍କୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି | ଏଥିପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି |କିନ୍ତୁ ପରବର୍ତ୍ତୀ ସମୟରେ ଘୋଷଣା କରାଯାଇଥିବା ଶ୍ରୀ ସେତୁର ଜମି ଅଧିଗ୍ରହଣ ସରିଛି ଓ ଏହାର କାର୍ଯ୍ୟ ଆରମ୍ଭ ହୋଇଗଲାଣି |କିନ୍ତୁ ଅତ୍ୟନ୍ତ ଆବଶ୍ୟକ ଥିବା ସିଦ୍ଧମହାବୀର ଫ୍ଲାଏ ଓଭର ନିର୍ମାଣ ପ୍ରତି ଧ୍ୟାନ ଦିଆଯାଉନାହିଁ |ସେପଟେ ପୁରୀ ଜିଲ୍ଲାପାଳ ବେଳାଭୂମି ସଜେଇବାରେ ବ୍ୟସ୍ତ ରହୁଛନ୍ତି |ସିଦ୍ଧମହାବୀର ଫ୍ଲାଏ ଓଭର କୁ ତୁରନ୍ତ ନିର୍ମାଣ ଆରମ୍ଭ କରିବା ଦାଵୀରେ ଜ୍ୟୋତି ରଞ୍ଜନ ନାୟକ (ଆବାହକ ଜନ ଜାଗରଣ ମଞ୍ଚ ପୁରୀଜିଲ୍ଲା)ଙ୍କ ନେତୃତ୍ୱରେ ଏକ ଦାଵୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି |ଏହି ବିକ୍ଷୋଭ ରେ ଭବାନୀଶଙ୍କର ପଣ୍ଡା, ମନୋଜ ମହାରଣା, ସନ୍ତୋଷ ସେନାପତି, ଗଜେନ୍ଦ୍ର ସେନାପତି, ରାକେଶ ପଣ୍ଡା, ଜୟନ୍ତ କୁମାର ଦାଶ, ମହେଶ୍ୱର ବେହେରା, ବିକାଶ ଦାସ, ଗୌରାଙ୍ଗ ତ୍ରିପାଠୀ, ବାସୁଦେବ ମହାରଣା ପ୍ରମୁଖ ଯୋଗଦେଇଥିଲେ |
Related Stories
November 23, 2024