
ବ୍ରହ୍ମପୁର: ସାରା ଭାରତ ବର୍ଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫେଇ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ କେବଳ ଓଡ଼ିଶାର ୧୪୪ ପୌର ସଂସ୍ଥା ଗୁଡିକରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କ ସାମାଜିକ ଓ ଅର୍ଥନୀତିର ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ଗରିମା ଯୋଜନା ଲାଗୁ କରିଛନ୍ତି । ଏହା ଗାନ୍ଧିଜୀଙ୍କ ସ୍ୱପ୍ନକୁ ସାକାର କରିବା ସହିତ ସଫେଇ କର୍ମଚାରୀମାନେ ଓ ତାଙ୍କ ପରିବାର ସଦସ୍ୟମାନେ ଉପକୃତ ହେବେ । ଏଣୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ବିଜୁ ଜନତା ଦଳର ସମ୍ପାଦିକା ତଥା ଅନୁସୂଚିତ ଜାତି ସଶକ୍ତିକରଣ ଦାୟୀତ୍ୱରେ ଥିବା ସଂଘମିତ୍ରା ଦଳେଇ, ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥି ଭାସନ, ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ଅଶୀତ୍ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ସଂଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ପ୍ରକାଶଥାଉକି, ଏହି ଯୋଜନା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ୫୦କୋଟି ଟଙ୍କାର କର୍ପସ୍ ପାଣ୍ଠି ଗଠନ ହେବ ବୋଲି ସୂଚନା ଦେଇଛନ୍ତି । କିନ୍ତୁ ଉକ୍ତ ଗରିମା ଯୋଜନାକୁ ପ୍ରତ୍ୟେକ ସଫେଇ କର୍ମଚାରୀ ଓ ସେମାନଙ୍କ ପରିବାରଙ୍କ ପାଖରେ ପହଞ୍ଚାଇବା ସ୍ଥାନୀୟ ପ୍ରଶାସନିକମାନେ ତୀକ୍ଷଣ ଦୃଷ୍ଟିଦେଇ କାର୍ଯ୍ୟକାରୀ କରିଲେ ସମସ୍ତ ସଫେଇ କର୍ମଚାରୀ ଓ ସେମାନଙ୍କର ପରିବାରବର୍ଗ ଉପକୃତ ହେବେ ।