ଭୁବନେଶ୍ୱର – ଉପନ୍ୟାସଭିତିକ ପତ୍ରିକା ‘ଦୀକ୍ଷା’ ପକ୍ଷରୁ ‘ଦୀକ୍ଷା’ ସମ୍ମାନ ପ୍ରଦାନ ସମାରୋହ ସେପ୍ଟେମ୍ବର ୩୦ ତାରିଖ ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଦୀକ୍ଷା’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରିବା ସହିତ ପରିବେଶ ସୁରକ୍ଷା ଦିଗରେ ଅଙ୍ଗୀକାରବଦ୍ଧ ଏକ ପୋର୍ଟାଲ ‘ଗ୍ରୀନଗ୍ଲୋବ’ର ଉଦ୍ଘାଟନ କରିଥିଲେ । ‘ଦୀକ୍ଷା’ର ସମ୍ପାଦିକ ଡକ୍ଟର ସୁନୀତି ମୁଣ୍ଡ୍ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷବିତ୍ ଡଃ ନାରାୟଣ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଉପନ୍ୟାସର ସ୍ୱର ଓ ସ୍ୱରୂପ’ ଉପରେ ବକ୍ତବ୍ୟ ରଖିଥିଲେ । \nରାଜ୍ୟପାଳ ତାଙ୍କ ଅଭିଭାଷଣରେ ଓଡ଼ିଶାରେ ଭାଷା, ସାହିତ୍ୟ ଓ ସଂସ୍କୃତିର ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଲେ, ଓଡ଼ିଶାର ରାଜ୍ୟଗାନ ‘ବନ୍ଦେ ଉକ୍ରଳ ଜନନୀ’ରେ ‘ବନ୍ଦେ ମାତରଂ’ ଭଳି ଉକ୍ରର୍ଷତା ରହିଛି ।
ତେଣୁ ଏହାକୁ ଅନ୍ୟାନ୍ୟ ଭାଷାରେ ରୂପାନ୍ତର କରିବାର ସମୟ ଆସିଛି । ଓଡ଼ିଆରେ ରଚିତ ଉପନ୍ୟାସ, ନାଟକ, ଆଦିବାସୀ କଥାକୁ ରାଜ୍ୟ ତଥା ଦେଶର ସୀମା ବାହାରକୁ ନେଇ ସାରା ବିଶ୍ୱରେ ଉପସ୍ଥାପନ କରିବାକୁ ହେବ । ଓଡ଼ିଆ ହେଉଛି ଷଷ୍ଠ ଶାସ୍ତ୍ରୀୟ ଭାଷା, ଯାହା ସାରା ବିଶ୍ୱରେ ପରିଚିତି ଲାଭ କରିପାରିଛି । ଓଡ଼ିଆ ଭାଷାର ମାଧୁର୍ଯ୍ୟର ତୁଳନା ନାହିଁ ବୋଲି ପ୍ରଫେସର ଗଣେଶୀ ଲାଲ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।\nଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା ‘ରୁଚି’ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଡଃ ଶରତକୁମାର ସାହୁଙ୍କୁ ‘ଦୀକ୍ଷା ରତ୍ନ’, ଓଡ଼ିଶାର ବିଶିଷ୍ଟ ଉଦ୍ୟୋଗୀ ଅଶୋକ ସାହୁ, ବିଶିଷ୍ଟ ସମାଜସେବୀ ଡଃ ବିପିନ ବିହାରୀ ମିଶ୍ର, କର୍ପୋରେଟ ଆଫେୟାର୍ସ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସୁଧିରଂଜନ ମିଶ୍ର, ବିଶିଷ୍ଟ ବ୍ୟବସାୟୀ ପପୁ ହଂସଙ୍କୁ ‘ଦୀକ୍ଷା ଗୋ÷ରବ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ସେମାନଙ୍କ ସହିତ ରାଜ୍ୟର ବଛାବଛା ସାହିତ୍ୟିକ ଓ ଔପନ୍ୟାସିକ ରମେଶ ପାଣିଗ୍ରାହୀ, ପଂଚାନନ କାନୁନ୍ଗୋ, ନିତ୍ୟାନନ୍ଦ ପଣ୍ଡା, ରଶ୍ମୀ ରାଉଳ, କମଳା ଶତପଥି, ନିବାରଣ ଜେନାଙ୍କୁ ‘ଦୀକ୍ଷା ପ୍ରଜ୍ଞା’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିଭଳି ‘ଦୀକ୍ଷା ପ୍ରତିଭା’ ସମ୍ମାନ କୃପାସାଗର ସାହୁ, ରାଧାମୋହନ ମହାପାତ୍ର, ଶ୍ରୀଯୁକ୍ତ ସତ୍ୟାନାଶ, ଭାସ୍କର ଜେନା, ସନ୍ତୋଷ ସାହୁ, ଶରତ ସାହୁ, ଭାଗୀରଣୀ ବେହେରା, ସୁପ୍ରିୟା ପାଲ୍, ଦ୍ୱିତୀଚନ୍ଦ୍ର ସାହୁ, ଆଲୋକ ବାରିକ୍ଙ୍କୁ ପ୍ରଦାନ କରାଯିବା ସହିତ ‘ଦୀକ୍ଷା’ ସହିତ ସବୁସମୟରେ ରହିଥିବା ଜୀମୁତ ମଙ୍ଗରାଜ, କିଶୋର କର, ରାମପ୍ରସାଦ ପାତ୍ରଙ୍କୁ ‘ଦୀକ୍ଷା ସହଯୋଗୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଦକ୍ଷ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ଦୁର୍ବଳ ବର୍ଗର ଦଶଜଣ ବ୍ୟକ୍ତିଙ୍କ ଚକ୍ଷୁ ଚିକିତ୍ସା ନିମନ୍ତେ ଶ୍ରୀ ଶ୍ରୀ ବଡଦା’ ହସପିଟାଲ ଓ ମାନସିକ ଅନଗ୍ରସର ଏବଂ ଅନାଥ ମହିଳାଙ୍କୁ ସହାୟତା କରିବା ନିମନ୍ତେ ପିପୁଲସ ଫୋରମ୍ର ମିଶନ ଆଶ୍ରାକୁ ସହାୟତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ସ୍ଥଳରେ ବ୍ଲୁ ହ୍ୱିଲ୍ ହସପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା ।
ପରେ ବିପ୍ଳବ ଶତପଥୀଙ୍କ ନିର୍ଦ୍ଦେଶନାରେ ‘ପ୍ରକୃତି ସୁରକ୍ଷା’ ଶୀର୍ଷକ ଏକ ନାଟକ ଅଭିନିତ ହୋଇଥିଲା । ଶେଷରେ ପ୍ରିୟ ରଂଜନ ମହାନ୍ତିଙ୍କ ପରିଚାଳନାରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିବେଶର ସୁରକ୍ଷା ନିମନ୍ତେ ସମସ୍ତ ଦର୍ଶକ ଓ ଅତିଥିଙ୍କୁ ଅନୁଷ୍ଠାନ ପକ୍ଷରୁ ବୃକ୍ଷଚାରା ପ୍ରଦାନ କରାଯିବା ସହିତ ତାହା ରୋପଣ କରି ଉପଯୁକ୍ତ ଯତ୍ନ ନେବାକୁ ନିବେଦନ କରାଯାଇଥିଲା ।