ମାଲକାନଗିରି-ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ନାଲାଗୁଣ୍ଠି ପଞ୍ଚାୟତର ରାଜେନଗୁଡା ଗ୍ରାମରୁ ୨ ଜଣ ନାବାଳିକା ଝିଅକୁ ପରିବାର ଲୋକଙ୍କୁ ନଜଣାଇ ଜଣେ ଦଲାଲ ଏକ ଅଟୋ ଯୋଗେ ଆନ୍ଧ୍ର ପ୍ରଦେଶ ଚାଲାଣ କରୁଥିବାବେଳେ ମୋଟୁ ଥାନା ପୋଲିସ ଙ୍କ ସହାୟତାରେ ମୋଟୁ ବ୍ରିଜ ନିକଟରୁ ୨ ନାବାଳିକାକୁଉଦ୍ଧାର କରାଯାଇଥିଲା !ଯୁବତୀ ଚାଲାଣ କରୁଥିବା ଦଲାଲ ଏବଂ ଅଟୋରେ ଥିବା ଅନ୍ୟ ୬ ଜଣ ଯୁବକ ଖସି ପଳାଇଯାଇଥିଲେ ! ଘଟଣାରୁ ପ୍ରକାଶ ଯେ ରାଜେନଗୁଡା ଗ୍ରାମର ଏହି ଦୁଇ ନାବାଳିକା ଙ୍କ ପରିବାର ଲୋକ ଜମିକୁ ଧାନ ଚାଷ ପାଇଁ ଯାଇଥିବା ବେଳେ ୨ ଝିଅ ଘରେ ରହିଥିଲେ । ପରିବାର ଲୋକ ଘରକୁ ଫେରିବା ପରେ ଝିଅମାନେ ଘରେ ନଥିବା ଦେଖି ପାଖ ପୋଡସି ଙ୍କୁ ପଚାରିବାରୁ ସେମାନେ ଏକ ଅଟୋରେ ବସି ଯାଉଥିବାର ଗ୍ରାମବାସି ମାନେ କହିଥିଲେ । ପରେ ପରିବାର ଲୋକଙ୍କ ସନ୍ଦେହ ହେବାରୁ ନାବାଳିକାଙ୍କ ସମ୍ପର୍କୀୟ ଗଙ୍ଗା ମାଡକାମି ଏବଂ ମୂକା ମାଡକାମି ଗ୍ରାମର ୱାର୍ଡମେମ୍ବର ଦୁଲା ମାଡକାମିଙ୍କ ସହଯୋଗରେ କାଲିମେଳା ଜିଲ୍ଲା ପରିଷଦ ସଭ୍ୟ ଜୋନ ୨ ର ଉତ୍ତମ ରାୟଙ୍କ ପାଖକୁ ଆସି ଘଟଣା ବିଷୟରେ ଜଣାଇଥିଲେ । ପରେ ଜିଲ୍ଲା ପରିଷଦ ସଭ୍ୟ ମୋଟୁ ଥାନା ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜଣାଇଥିଲେ !ପରେ କିଛି ଘଣ୍ଟା ମଧ୍ୟରେ ମୋଟୁ ପୋଲିସ ୨ ନାବାଳିକାକୁ ଉଦ୍ଧାର କରି ଥାନାରେ ରଖିଥିଲା । ତେବେ ଏନେଇ ଝିଅମାନଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ ତାଙ୍କୁ ଜଣେ ବ୍ୟକ୍ତି ଆନ୍ଧ୍ରର ଭଦ୍ରାଚଳମ ଠାରେ ଦିନକୁ ୪୦୦ ଟଙ୍କା ଲେଖାଏଁ ଦେବ କହି ନେଇଯାଉଥିଲା ସେମାନଙ୍କ ସହ ୬ ଜଣ ପୁଅ ଥିଲେ ! ଜିଲ୍ଲା ପରିଷଦ ସଭ୍ଯ ଉତ୍ତମ ରାୟ ଏବଂ ପରିବାର ଲୋକଙ୍କ ସହ ଜିଲ୍ଲା ଶ୍ରମ ଅଧିକାରୀ ବିଶ୍ୱ ରଞ୍ଜନ କହଁରପହଞ୍ଚି ଝିଅମାନଙ୍କୁ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି । ଏନେଇ ଶ୍ରୀ କହଁରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଉକ୍ତ ଝିଅମାନଙ୍କୁ ମାଲକାନଗିରି ଶିଶୁ ସୁରକ୍ଷା ସମିତି ନିକଟରେ ହାଜର କରାଯିବ ବୋଲି ସୁଚନା ଦେଇଛନ୍ତି । ତେବେ ଏହି ନାବାଳିକା ଙ୍କ ମଧରୁ ଜଣେ ପଡିଆ ବ୍ଲକ ଗିରିକାନପାଲୀ ଆଶ୍ରମ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ରେ ପାଠ ପଢୁଥିବା ଜଣାପଡିଛି lସୂଚନା ଥାଉକି କରୋନା ପାଇଁ ଏବେ ବାହାର ରାଜ୍ୟରୁ ହଜାର ହଜାର ଶ୍ରମିକ ମାନେ ନିଜ ଭିଟାମାଟି ମୁହାଁ ହେଇଥିବା ବେଳେ ବିଭିନ୍ନ କମ୍ପାନୀରେ ଶ୍ରମିକ ସଂଖ୍ୟା କମ ହୋଇଯାଇଛି ଏହାର ଫାଇଦା ନେଇ କିଛି ଠିକାଦାର ଏବଂ ଦଲାଲ ମାନେ ଟଙ୍କା ଲୋଭ ଦେଖାଇ ଏହିଭଳି ଶ୍ରମିକ ମାନଙ୍କୁ ବିଭିନ୍ନ ବାହାନା କରି ସାଥିରେ ନେଇଯାଉ ଛନ୍ତି l ଏଥିପ୍ରତି ଜିଲ୍ଲା ପ୍ରଶାସନ ସତର୍କ ହେବାସହ ବିଭିନ୍ନ ସୀମାନ୍ତ ବର୍ତ୍ତୀ ସ୍ଥାନ ଗୁଡିକରେ କଡା କଡି ଯାଂଚ କରିବାକୁ ଦାବି ହୋଇଛି lପ୍ରକାଶ ଥାଉକି ଗତ ଦୁଇଦିନ ତଳେ ଓ ର୍କେଲଥାନା ପୋଲିସ ଏକ ଗାଡ଼ିରେ ଯାଉଥିବା ୨୫ ଜଣ ଶ୍ରମିକ ଙ୍କୁ ଉଦ୍ଧାର କରିଥିଲେ !
Related Stories
November 28, 2024
November 28, 2024