
ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାକୁ ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା୧୫ ହଜାର ୮୧୯ ଜଣ ପ୍ରବାସୀ ଫେରିଛନ୍ତି । ସମ୍ପ୍ରତି ଜିଲ୍ଲାରେ ୮ଟି ଅସ୍ଥାୟୀ କ୍ୱାରେଂଟାଇନ ସେଂଟର କାର୍ଯ୍ୟ କରୁଛି । ୩୩ ଜଣ ବର୍ତମାନ ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ରହୁଛନ୍ତି । ୧୫ ହଜାର ୭୮୬ ଜଣ ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ରହି ସାରିଛନ୍ତି ।
ସେହିପରି ୧୪ ହଜାର ୩୯୮ ଜଣ ନିଜ ନିଜର କ୍ୱାରେଂଟାଇନ ଅବଧି ଶେଷ କରିବା ପରେ ସେମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ସରକାରୀ ସହାୟତା ପ୍ରଦାନ କରାଯାଇଛି । ୩୧୮୨୦ ଜଣଙ୍କ ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି । ୩୧୪୮୦ ଜଣଙ୍କ ରିପୋର୍ଟ ହସ୍ତଗତ ହୋଇଛି । ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ୍ ପଜିଟିଭ୍ କେସ୍ ସଂଖ୍ୟା ୩୧୧୯ ରହିଛି । ୫୯ ଜଣ ବିଭିନ୍ନ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର୍ ସେଂଟରରେ ଚିକିତ୍ସାଧିନ ରହିଛନ୍ତି । ୧୬୧ ଜଣ ହୋମ୍ ଆଇସୋଲେସନରେ ରହିଛନ୍ତି । ୨୮୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।
ଅନୁରୂପ ଭାବେ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜାରୀ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରୁ ସୂଚନା ମିଳିଛି ।