ନୂଆଦିଲ୍ଲୀ– ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୦,୯୧,୨୫୧ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୫,୫୧,୮୯,୨୨୬ ନମୂନାର ପରୀକ୍ଷଣ କରା ଯାଇଥିବା ଆଇଏମସିଆର ପକ୍ଷରୁ ସୂଚନା ଦିଆ ଯାଇଛି ।
କରୋନାରେ ଦେଶରେ ଗତ ୨୪ ଘଂଟାରେ ୯୭,୫୭୦ ନୂଆ ମାମଲା, ୧୨୦୧ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ– ଦେଶରେ ଗତ ୨୪ଘଂଟା ମଧ୍ୟରେ ୯୭,୫୭୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ୧୨୦୧ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬,୫୯,୯୮୫ ରେ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯,୫୮,୩୧୬ ବର୍ତମାନ ସୁଦ୍ଧା ୭୭,୪୭୨ ଜଣ ମୃତ୍ୟୁ ବରଣ କରିଛନ୍ତି ।