-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୮୧୫ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨୫୪୪୦ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୭୯୯, ବାଲେଶ୍ୱର ଜିଲ୍ଲାରେ ୫୦୪୦, ବରଗଡ ଜିଲ୍ଲାରେ ୪୧୭୭, ଭଦ୍ରକ ଜିଲ୍ଲାରେ ୩୭୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୨୭୨୭ . ବୌ ଦ୍ଧ ଜିଲ୍ଲାରେ ୧୦୩୨, କଟକ ଜିଲ୍ଲାରେ ୧୨,୬୩୩, ଦେବଗଡ ଜିଲ୍ଲାରେ ୩୫୮, ଢେଙ୍କାନାଳ ଜିଲ୍ଲାରେ ୨୪୬୫. ଗଜପତି ଜିଲ୍ଲାରେ ୩୧୩୬, ଗଂଜାମ ଜିଲ୍ଲାରେ ୧୯୧୨୫, ଜଗତସିଂହପୁର ଜିଲ୍ଲାରେ ୨୮୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୫୬୦୬ , ଝାରସୁଗୁଡା ଜିଲ୍ଲାରେ ୨୩୪୬, କଳାହାଣ୍ଡି ଜିଲ୍ଲାରେ ୧୯୧୭, କନ୍ଧମାଳ ୨୭୫୮, କେନ୍ଦ୍ରାପଡା ଜିଲ୍ଲାରେ ୨୯୩୫, କେନ୍ଦୁଝର ଜିଲ୍ଲାରେ ୨୭୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୪୬୫୯ , ମାଲକାନଗିରି ଜିଲ୍ଲାରେ ୨୭୨୦, ମୟୁରଭଂଜ ଜିଲ୍ଲାରେ ୫୪୭୧. ନବରଙ୍ଗପୁର ଜିଲ୍ଲାରେ ୨୦୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୭୩୭, ନୂଆପଡା ଜିଲ୍ଲାରେ ୧୩୬୭ , ପୁରୀ ଜିଲ୍ଲାରେ ୬୦୭୫, ରାୟଗଡା ଜିଲ୍ଲାରେ ୫୯୮୮. ସମ୍ବଲପୁର ଜିଲ୍ଲାରେ ୩୮୪୬ . ସୁବର୍ଣପୁର ଜିଲ୍ଲାରେ ୧୬୫୨ ଓ ସୁନ୍ଦରଗଡ ଜିଲ୍ଲାରେ ୫୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।