
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧୧/୦୯/୨୦୨୦,ବିଶ୍ଵବିଦ୍ୟାଳୟ ଅଧିନିୟମ କୁ ବିରୋଧ କରି ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ସମ୍ମୁଖ ରେ ଧାରଣ ଦେଇଥିଲେ | ରାଜ୍ୟ ସରକାରଙ୍କ ବିରୋଧରେ ସଦାଶିବ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇ କାର୍ଯ୍ୟକର୍ତ୍ତା ମାନେ ଜୋରଦାର ପ୍ରଦର୍ଶନ କରି କହିଥିଲେ ଯେ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଗୁଡିକର ଅମଲାତାନ୍ତ୍ରୀକରଣ,
ରାଜନୀତିକରଣ ଓ ଶିକ୍ଷାର ମାନଦଣ୍ଡ ହ୍ରାସ କରିବାର ଚକ୍ରାନ୍ତ କରିଛନ୍ତି|ସାରା ରାଜ୍ୟରେ ଏହି ବିରୋଧ କରାଯାଇଥିଲା |ଏହି ପରିପ୍ରେକ୍ଷୀର ପୁରୀରେ ବିଜେପି ଯୁବ ମୋର୍ଚ୍ଚା ପୁରୀଜିଲ୍ଲା ସଚିବ ବିଶ୍ୱଜିତ୍ ମହାନ୍ତିଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ କରାଯାଇଥିଲା |ଏହି ବିରୋଧରେ ଛାତ୍ର ନେତା ବିଶ୍ୱଜିତ ଦାଶ , ସଞ୍ଜୀବ, ପ୍ରଜ୍ଞା, ସ୍ନେହାଶିସ୍, ସନ୍ତୋଷ, ସଂଗ୍ରାମ, ନାରାୟଣ, ହାରୀ, ଅନିଲ ସାହୁ, ପ୍ରଦୀପ, ମିଥୁନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।