ବାରିପଦା– ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଉଦ୍ୟାନ ବିଭାଗର କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ ଆଜି ମଧ୍ୟାହ୍ନ ୧୨ଟା ସମୟରେ ୬ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ଭିଜିଲାନ୍ସ ଟିମ ହାତରେ ଧରାପଡ଼ି ଜେଲ ଯାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଶୁକୃଳି ବ୍ଲକ ଚତୁରାଞ୍ଜଳି ପଞ୍ଚାୟତ ବଡ଼ପାଣି ଗ୍ରାମର ମନରେଗା ଯୋଜନାରେ ଏକ କାର୍ଯ୍ୟରେ ବିଲ ପାଶ କରାଇବା ପାଇଁ ଉଦ୍ୟାନ ସାଥୀ ଚନ୍ଦ୍ର ବୈପାଇଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବ୍ଲକ ଉଦ୍ୟାନ ବିଭାଗର କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ । ଉଭୟଙ୍କ ମଧ୍ୟରେ ମୁଲଚାଲ ପରେ ୬ ହଜାର ୫ ଶହ ଟଙ୍କାରେ କଥା ଛିଣ୍ଡିଥିଲା । ମାତ୍ର ଏହି ଲାଞ୍ଚୁଆ କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀଙ୍କୁ ଏକ ଶିକ୍ଷା ଦେବା ନିମନ୍ତେ ଉଦ୍ୟାନ ସାଥୀ ଶ୍ରୀବୈପାଇ ବାରିପଦା ଭିଜିଲାନ୍ସ ୟୁନିଟ ସହିତ ଯୋଗାଯୋଗ କରି ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ପୂର୍ବ ପ୍ରସ୍ତୁତ ଯୋଜନା ଅନୁସାରେ ଆଜି ଭିଜିଲାନ୍ସରୁ ନେଇଥିବା ରଙ୍ଗବୋଳା ୬ ହଜାର ୫ ଶହ ଟଙ୍କା ବ୍ଲକ କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀଙ୍କୁ ଧରାଇ ଦେଇ କାର୍ଯ୍ୟରେ ସଫଳ ହୋଇଥିବାର ପୋଜିସନରେ ଛପି ରହିଥିବା ଭିଜିଲାନ୍ସ ଟିମକୁ ସଙ୍କେତ ଦେବା ପରେ ଭିଜିଲାନ୍ସ କର୍ମଚାରୀମାନେ ଆତର୍କୀତ ଭାବେ ମନୋଜ ସାହୁଙ୍କ ଉପରକୁ ଝାମ୍ପିପଡ଼ି ତାଙ୍କ ନିକଟରୁ ଭିଜିଲାନ୍ସର ରଙ୍ଗବୋଳା ଟଙ୍କା ଜବତ କରିବା ସଙ୍ଗେ ସଂଗେ ଗିରଫ କରି ବାରିପଦା ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଆସିଥିଲେ । ଏହାପରେ ଆବଶ୍ୟକ କାଗଜପତ୍ର ପ୍ରସ୍ୁତ ହେବା ପରେ ବ୍ଲକ ଉଦ୍ୟାନ ସମ୍ପ୍ରସାରଣ ଅଧିକାରୀ ମନୋଜ ସାହୁଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଇଥିଲେ ।
Related Stories
November 23, 2024