ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ନୂଆ ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧୧୯କୁ ବୃଦ୍ଧି ପାଇଛି । ୧୧୫୬ ସ୍ୱାବ୍ ନମୂନା ସଂଗ୍ରହ ପରେ ଆରଟି-ପିସିଆର୍ ଓ ର୍ୟାପିଡ଼୍ ଆଂଟିଜେନ ଟେଷ୍ଟ କରାଯାଇଥିଲା । ପରୀକ୍ଷାରୁ ୨୫ଟି ରିପୋର୍ଟ ପଜିଟିଭ୍ ଆସିଥିଲା । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ, କୋଭିଡ଼୍ କେୟାର ସେଂଟରରେ ଭର୍ତି କରାଯାଇଛି । ସାମାନ୍ୟ ଆକ୍ରାନ୍ତମାନଙ୍କୁ ହୋମ୍ ଆଇସୋଲେସନରେ ପଠାଇ ଦିଆଯାଇଥିବା ନେଇ ପ୍ରଶାସନ ସୂତ୍ରରୁ ପ୍ରକାଶ ।
ନୂଆ ଚିହ୍ନଟ ଏହି ୨୫ ଆକ୍ରାନ୍ତଙ୍କ ମଧ୍ୟରେ ୧୭ ଜଣ ପୁରୁଷ ଓ ମହିଳା ୮ ଜଣ ମହିଳା ରହିଛନ୍ତି । ତନ୍ମଧ୍ୟରେ ଜଣେ ନାବାଳକ ଓ ଜଣେ ନାବାଳିକା ରହିଛନ୍ତି । ସେମାନଙ୍କର ବୟସ ୧୫ ବର୍ଷରୁ ୭୨ ବର୍ଷ ମଧ୍ୟରେ ରହିଛି । ସେମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରାଚଂଳରୁ ୭ ଜଣ, ଗୋଷାଣି ବ୍ଲକରୁ ୩ ଜଣ, ଗୁମ୍ମା ବ୍ଲକରୁ ଜଣେ, କାଶୀନଗର ବ୍ଲକରୁ ୪ ଜଣ, ମୋହନା ବ୍ଲକରୁ ଜଣେ, ନୂଆଗଡ଼ ବ୍ଲକରୁ ୩ ଜଣ, ଆର୍. ଉଦୟଗିରି ବ୍ଲକରୁ ୩ ଜଣ ଏବଂ ରାୟଗଡ଼ ବ୍ଲକରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୩ ଜଣ ସଂକ୍ରମିତ ହୋଇଛନ୍ତି । ନୂଆ ଚିହ୍ନଟ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ଼୍ ଯୋଦ୍ଧା ରହିଛନ୍ତି । ସେହିପରି ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜାରୀ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରୁ ସୂଚନା ମିଳିଛି ।