ଭୁବନେଶ୍ୱର – ରାଜ୍ୟରେ ଗୋଟିଏ ଦିନରେ ୩୯୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୧୧୭ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ରାଜ୍ୟରେ ବର୍ତମାନ ସୁଦ୍ଧା ୧୦୮୦୦୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ମାମଲା ୩୪୪୫୮ ରହିଛି ।
ଆଜି ଚିହ୍ନଟ ହୋଇଥିବା ୩୯୯୬ ଜଣଙ୍କ ମଧ୍ୟରୁ ୨୩୫୯ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୬୩୭ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୬୦୬ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଅନୁଗୁଳ ଜିଲ୍ଲାରେ ୧୩୮ , ବାଲେଶ୍ୱର ଜିଲ୍ଲାରେ ୨୦୯ ଜଣ, ବରଗଡ ଜିଲ୍ଲାରେ ୯୭, ଭଦ୍ରକ ଜିଲ୍ଲାରେ ୧୧୨, ବୌଦ୍ଧ ଜିଲ୍ଲାରେ ୩୯ ବଲାଙ୍ଗିର ଜିଲ୍ଲାରେ ୧୨୪, କଟକ ଜିଲ୍ଲାରେ ୩୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୧୦. ଢେଙ୍କାନାଳ ଜିଲ୍ଲାରେ ୮୭, ଗଜପତି ଜିଲ୍ଲାରେ ୨୫, ଗଂଜାମ ଜିଲ୍ଲାରେ ୮୯, ଜଗତସିଂହପୁର ଜିଲ୍ଲାରେ ୧୨୨, ଯାଜପୁର ଜିଲ୍ଲାରେ ୧୧୯ . ଝାରସୁଗୁଡା ଜିଲ୍ଲାରେ ୭୯, କଳାହାଣ୍ଡି ଜିଲ୍ଲାରେ ୫୮ . କନ୍ଧମାଳ ଜିଲ୍ଲାରେ ୪୭, କେନ୍ଦ୍ରାପଡା ଜିଲ୍ଲାରେ ୧୩୦ ,କେନ୍ଦୁଝର ଜିଲ୍ଲାରେ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୯୩ ଜଣ, ମାଲକାନଗିରି ଜିଲ୍ଲାରେ ୪୭ , ମୟୁରଭଂଜ ଜିଲ୍ଲାରେ ୧୬୦ ନବରଙ୍ଗପୁୁରରେ ୧୫୧, ନୟାଗଡ ଜିଲ୍ଲାରେ ୭୭, ନୂଆପଡା ଜିଲ୍ଲାରେ ୧୦୩, ପୁରୀ ଜିଲ୍ଲାରେ ୨୭୯, ରାୟଗଡା ଜିଲ୍ଲାରେ ୧୦୫, ସମ୍ବଲପୁର ଜିଲ୍ଲାରେ ୯୧ ,ସୋନପୁର ଜିଲ୍ଲାରେ ୯୧ ତଥା ସୁନ୍ଦରଗଡ ଜିଲ୍ଲାରେ ୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।