କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧୦/୦୯/୨୦୨୦, ଗୁରୁବାର ଦିନ ଆଜି ଶ୍ରୀମନ୍ଦିରରେ ଅଧିଷ୍ଠାତ୍ରୀ ମା’ ବିମଳାଙ୍କ ସମେତ ଅନ୍ୟ ଦେବୀ ମାନଙ୍କର ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି । ମା’ ବିମଳାଙ୍କ ନିକଟରେ ସହସ୍ରାକୁମ୍ଭ ଅଭିଷେକ ହୋଇଥିଲା ।ଆଜି ସକାଳ ଧୂପ ସାରିଲାପରେ ବିମଳା ଙ୍କ ମନ୍ଦିରରେ ବରୁଣ ପୂଜା ହୋଇ ବ୍ରହ୍ମାବରଣ, ଆଚାର୍ଯ୍ୟ ବରଣ, ସ୍ୱସ୍ତିବାଚକ ହୋଇଥିଲା । ଚଣ୍ଡୀ ବରଣ ପରେ ସଂକଳ୍ପ ହୋଇ ପାଣିପଡି ଛାମୁ ରେ ଭୋଗ ବଢାଯାଇଥିଲା ।ପୂଜକ ଷୋଡଶ ଉପଚାରରେ ମଣୋହୀ କରିଥିଲେ ।ଉକ୍ତ ଭୋଗରେ କୋଠ ଭୋଗ,ମହାପ୍ରସାଦ ପିଷ୍ଟକମାନ, ଥାଳି ଖଚେଡ଼ି ପୂଜା ସହ ବିମ୍ବଳି ବଢାଯାଇଥିଲା| ଘଣ୍ଟ,ଛତା, କାହାଳୀ ବାଜୁଥିଲା ।ଭୋଗ ସାରିଲାପରେ କର୍ପୁର ଆଳତି ,୨୧ ବତୀ ଅଳତି ବଢିଥିଲା । ଏହାପରେ ଦୁର୍ଗା ମାଧବ ସିଂହାସନରୁ ଆଜ୍ଞାମାଳ ପାଇ ପାଲିଙ୍କିରେ ବିମଳ।ଙ୍କ ମନ୍ଦିର ନିକଟକୁ ଆସିବା ପରେ ଭିତରଚ୍ଛ ମହାପାତ୍ର ଜଳଲାଗି କରିଥିଲେ ।ପରେ ଭିତରେ ପଡିଥିବା ଖଟକୁ ଦୁର୍ଗା ମାଧବ ବିଜେ ହେଲା ପରେ ,ପାଣିପଡି ଶୀତଳ ଭୋଗ ହୋଇ,ବନ୍ଦାପନା ହୋଇଥିଲା । ଏହାପରେ ତିନି ଧୂପ ସରିଲା ପରେ,ରାତ୍ର ବଡ଼ସିଂହାର,ଚନ୍ଦନଲାଗି ସରିବା ପରେ ଦୁର୍ଗା ମାଧବ ଚନ୍ଦନଲାଗି ହୋଇ ବଡ଼ସିଂହାର ବେଶ ଏବଂ ଭୋଗ ପରେ ବହୁଡାବିଜେ ହୋଇ ଭାଣ୍ଡର ଦୁଆର ଖଟକୁ ବିଜେ ହେବାର ନୀତି ରହିଛି| ଆଜିର ନୀତି ସମ୍ପୂର୍ଣ୍ଣ ହୋଇଯାଇଛି | ଉଲ୍ଲେଖ ଯୋଗ୍ଯ ଯେ ଏହିପରି ପ୍ରଥମ ଆଠ ଦିନ ଦୁର୍ଗା ମାଧବ ବିମଳ। ମନ୍ଦିରକୁ ପାଲିଙ୍କିରେ ବିଜେ ହୋଉଥିବାବେଳେ ପର ଆଠ ଦିନରେ ରଥରେ ବିଜେ ହୋଇ ଦୋଳମଣ୍ଡପ ସହିସ୍ଥ ନାରାୟଣୀ ମନ୍ଦିରକୁ ବିଜେ ହୁଅନ୍ତି ।
Related Stories
November 23, 2024
November 23, 2024
November 23, 2024