କୈଳାଶ ଚନ୍ଦ୍ର ପଣ୍ଡା, ୧୦/୦୯/୨୦୨୦,ଆଜି ଓଡିଶା ପାଇପ ଜଳ ଯୋଗାଣ କର୍ମଚାରୀ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମଚାରୀ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି |ସୂଚନା ଯୋଗ୍ୟ ରାଜ୍ୟ ସହରାଂଚଳ ଓ ଗ୍ରାମାଂଚଳ ଜଳଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ କ୍ଷେତ୍ର କର୍ମଚାରୀମାନଙ୍କ ସମସ୍ୟାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ଆଲୋଚନା ମାଧ୍ୟମରେ ସମାଧାନ କରୁନଥିବାରୁ ଦୀର୍ଘ ବର୍ଷର ଦାବୀ ସାମାଧାନ ହୋଇପାରୁନାହିଁ । ସେଥିପାଇଁ କି କର୍ମଚାରୀ ମହଲରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି । ମହାବାତ୍ୟା ଫନି ଓ ଅମ୍ପାନ ରେ ୨୪ ଘଣ୍ଟା ମଧ୍ୟରେ କର୍ମଚାରୀମାନେ ଜଳଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରି ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ପାରିଥିଲେ । କୋଭିତ- ୧୯ ମହାମାରୀ ଭୂତାଣୁର ସଂକ୍ରମଣ ସମୟରେ ରାଜ୍ୟର ୪ କୋଟିରୁ ଉର୍ଦ୍ଧ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ନିରୀହ ଶ୍ରମିକ କରୋନା ଭୂତାଣୁ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିଲେ ମଧ୍ୟ କର୍ମଚାରୀମାନଙ୍କୁ ବୀମାଭୁକ୍ତ କରାଯାଉନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଂଘର ନିଷ୍ପତି ପ୍ରକାରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜଳଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ ସମସ୍ତ ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ୱାର୍କଚାର୍ଜ କର୍ମଚାରୀମାନଙ୍କୁ ରେଗୁଲାର କର୍ମଚାରୀର ମାନ୍ୟତା ସହ ପେନସନ ପ୍ରଦାନ, ଏସ.ଇ.ଏମ ଓ ଠିକା କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନ, କ୍ୟାଡର ଭୁଲ ସଂଶୋଧନ କରାଯାଇ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପେନ୍ସନ୍ ପ୍ରଦାନ, କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁବରଣ କରୁଥିବା କର୍ମଚାରୀ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇ । ଏହି ସମସ୍ୟାଗୁଡିକୁ ଆଲୋଚନା ମାଧ୍ୟମରେ ସମାଧାନ କରାନଗଲେ ଆସନ୍ତା ଦୁର୍ଗାପୂଜା ସରକାରୀ ଛୁଟିରେ ୨୩/୧୦/୨୦ରୁ ୨୬/୧୦/୨୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବର୍ଗର ଜଳଯୋଗାଣ କର୍ମଚାରୀ ସମୂହ ଛୁଟି ନେବେ ବୋଲି ରାଜ୍ୟ ସାଧାରଣ ସଂପାଦକ ମନୋଜ କୁମାର ମହାନ୍ତି,ଉପସଭାପତି ଯଦୁମଣି ପ୍ରଧାନ, ଯୁଗ୍ମ ସଂପାଦକ କେ. ଶଙ୍କର, ଖଣ୍ଡ ସଂପାଦକ ପୁରୀ ଘନଶ୍ୟାମ ଚୌଧୁରୀ, ଅଭିରାମ ମହାପାତ୍ର, ଶ୍ରୀଧର ନାୟକ, ବ୍ରଜକିଶୋର ମହାପାତ୍ର, ରମାକାନ୍ତ ମହାନ୍ତି, ଦିଗମ୍ବର ପ୍ରଧାନ, ନୃସିଂହ ପଣ୍ଡା, ସୁରେନ୍ଦ୍ର ମହାପାତ୍ର, ଅଭୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଷ୍ପତ୍ତି ନେବା ସହିତ ଗଣମାଧ୍ୟମକୁ ଜଣାଇଛନ୍ତି |
Related Stories
November 23, 2024