ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ପୁଣି ଜଣେ ବରିଷ୍ଠ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଗୁରୁବାର ବିଏମ୍ସି ତଥା ବ୍ରହ୍ମପୁର ସହରରେ ଶୋକରଛାୟା ଖେଳିଯାଇଛି । ବିଏମ୍ସିରେ ଡ୍ରାପ୍ଟସ ମ୍ୟାନ୍ ଭାବେ କାର୍ଯ୍ୟ କରୁଥିବା ଗୋଷାଣୀନୂଆଗାଁ ବିଜିପୁର ଅଞ୍ଚଳର ରବିନ୍ଦ୍ର ପଣ୍ଡା କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ କନିଷିସ୍ଥିତ ଅଶ୍ୱିନୀ ହସ୍ପିଟାଲ ପରିଚାଳିତ ଅମିତ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଡିଲେଟରରେ ରଖାଯାଇଥିଲା । ଗୁରୁବାର ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରଚାରିତ ହେବାପରେ ବିଏମ୍ସି ତଥା ବିଜିପୁର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ଅଦ୍ୟାବଧି ନିଗମର ୪ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରଥମେ ଜୁଲାଇ ୧୫ତାରିଖରେ ମୁଖ୍ୟକିରାଣୀ ଉପେନ୍ଦ୍ର ମାଝୀ, ସେହି ମାସ ୨୩ତାରିଖରେ ସହକାରୀଯନ୍ତ୍ରୀ କୈଳାଶ ନାୟକ ଓ ଗତ ଅଗଷ୍ଟ ୨୨ତାରିଖରେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ବାବୁ ଲକ୍ଷ୍ମଣ ମୁଳିଙ୍କ ମୃତ୍ୟୁ ହୋଇଥିଲା ।
Related Stories
November 23, 2024
November 23, 2024
November 23, 2024