ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର-୨ ଅବକାରୀ ବିଭାଗ ଅଧିନରେ ଥିବା କୁକୁଡାଖଣ୍ଡି ବ୍ଲକ୍ ଲୋଚାପଡା ଓ କଣ୍ଟିଆଗଡ ଅଞ୍ଚଳରୁ ପ୍ରାୟ ୧୮୨୦୦ଲିଟର ଗୁଡ ମିଶ୍ରିତ ପୋଚ ଜବତ କରିବା ସହ ୨୦୦ଲିଟର ଦେଶୀ ମଦ ଜବତ କରାଯାଇଛି । କୁକୁଡାଖଣ୍ଡି ଅଞ୍ଚଳରେ ବ୍ୟାପକ ଚୋରାମଦ କାରବାର ଚାଲିଥିବା ବେଳେ ଏହା ଧରପଗଡ ମଧ୍ୟ ଜୋରସୋରରେ ଚାଲିଛି । କୁକୁଡାଖଣ୍ଡି ତହସିଲଦାର ତଥା ମାଜିଷ୍ଟ୍ରେଟ ଡ. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ରଙ୍କ ଉପସ୍ଥିତିରେ ଏହି ଚଢ଼ାଉ ହୋଇଥିଲା । ଏହି ଚଢ଼ାଉରେ ଇନ୍ସିପେକ୍ଟର ରୋଶନ ହଂସଦା, ବାଳକୃଷ୍ଣ ପରିଡା, ଏସ୍ଆଇ ଆକାଶ ବିଶି, ଶ୍ରୀଧର ମହାନ୍ତି, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 23, 2024
November 23, 2024
November 23, 2024