
ଭୁବନେଶ୍ୱର – ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ହେବାକୁ ଥିବା ନିଟ୍ ପରୀକ୍ଷାର ପରୀକ୍ଷାର୍ଥୀଙ୍କ ରହିବା ପାଇଁ ଯେଉଁ ସବୁ ସ୍ଥାନରେ ବ୍ୟବସ୍ଥା ହୋଇଛି, ସେଠାରେ ଏକ ଡାକ୍ତରୀ ଟିମ୍ ନିୟୋଜିତ କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଭୁବନେଶ୍ୱରର ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୧୩୦୦ ଜଣ ସରକାରୀ ସୁବିଧା ପାଇଁ ପଞ୍ଜୀକରଣ କରିଛନ୍ତି । ପରୀକ୍ଷା କେନ୍ଦ୍ର ବାହାରେ ମାଇକ ଦ୍ୱାରା ଗହଳି ନ କରିବାକୁ ନିବେଦନ କରାଯିବ । ସ୍ଥାନୀୟ ପୋଲିସ ପକ୍ଷରୁ ଗହଳି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଛି । ଜେଇଇ ପରୀକ୍ଷାର୍ଥୀଙ୍କ ପରି ନିଟ୍ ପରୀକ୍ଷାର୍ଥୀଙ୍କର ମଧ୍ୟ ଥର୍ମାଲ୍ ସ୍କ୍ରିନିଂ କରାଯିବ । ଏଯାଏଁ କୌଣସି ପରୀକ୍ଷାର୍ଥୀଙ୍କ କୋଭିଡ ଲକ୍ଷଣ ଦେଖାଯାଇ ନାହିଁ ବୋଲି ସେ କହିଛନ୍ତି ।
ଅପରପକ୍ଷରେ ନିଟ୍ ପରୀକ୍ଷା ପାଇଁ ଭୁବନେଶ୍ୱର ମହାନଗର ନିଗମ ଓ ନିଟ୍ ସଂଯୋଜକଙ୍କ ସହ ଆଲୋଚନା ଚାଲିଛି । ରାଜ୍ୟ ସରକାର ଭଲ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ସଂଯୋଜକ ପଲି ପଟ୍ଟନାୟକ କହିଛନ୍ତି । ପରୀକ୍ଷାର୍ଥୀଙ୍କ ଯାତାୟତଠାରୁ ରହିବ ବ୍ୟବସ୍ଥା ଭଲ ଭାବେ ହୋଇଥିବା ସେ ସୂଚନା ଦେଇଛନ୍ତି । ଶନିବାରରୁ ପରୀକ୍ଷା ଦେବା ପାଇଁ ବସ୍ ରେ ପରୀକ୍ଷାର୍ଥୀ ଆସିବେ । ରବିବାର ଅପରାହ୍ନ ୨ଟା ରୁ ୫ ଟା ରେ ପରୀକ୍ଷା ଦେଇ ଫେରିଯିବେ । ପରୀକ୍ଷା କେନ୍ଦ୍ରକୁ ୧୨.୩୦ରୁ ପ୍ରବେଶ ଆରମ୍ଭ ହେବ । କେନ୍ଦ୍ର ଗୁଡ଼ିକୁ ଭଲ ଭାବେ ବିଶୋଧନ ମଧ୍ୟ କରାଯାଉଛି ସେ ପ୍ରକାଶ କରିଛନ୍ତି ।