
ଭୁବନେଶ୍ୱର – ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲାଗୁ ହେବ ଗଂଜାମ ଫର୍ମୁଲା । କରୋନା ନିୟନ୍ତ୍ରଣ ନେଇ ବିଏମସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଏମ ପାରୁଲ ପଟୁୱାରୀ ।
ଗୁରୁବାର ଦିନ ସେ କହିଛନ୍ତି ଯେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜଧାନୀରେ ବ୍ୟାପକ ହେଲଥ ସ୍କ୍ରିନିଂ ହେବ । ବସ୍ତି ଏବଂ ଅନ୍ୟ ଅଂଚଳରେ ହେଲଥ ସ୍କ୍ରିନିଂ କରାଯିବ । ଏଥିପାଇଁ ୫୬୫ ରାପିଡି ରେସପନ୍ସ ଟିମ ଗଠନ କରାଯାଇଛି । ଏପରିକି କୌଣସି କରୋନା ନେଇ ସନ୍ଦେହ ଥିଲେ ୧୯୨୯କୁ କଲ କରି ସଂପୂର୍ଣ୍ଣ ତଥ୍ୟ ପାଇପାରିବେ । ଏହା ବ୍ୟତୀତ ହୋମ୍ ଆଇସୋଲେସନରେ ଥିବା ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମସି । ହୋମ ଆଇସୋଲେସନରେ ଥିବା ଲୋକଙ୍କ ସହ ଭିଡିଓ ଜରିଆରେ ରୋଗୀଙ୍କୁ ପରାମର୍ଶ ଦିଆଯିବ
। କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ନିୟମ ମାନୁଛନ୍ତି କି ନାହିଁ ତା ଉପରେ କଡା ନଜର ରଖାଯିବ । ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।