-
ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୨କୁ ବୃଦ୍ଧି : ୨୨୪୯ ଆକ୍ରାନ୍ତ ସୁସ୍ଥ ହେଲେଣି, କରୋନାଜନିତ ସକ୍ରିୟ ମାମଲା ୩୯୯
କନ୍ଧମାଳ – କନ୍ଧମାଳ ଜିଲ୍ଲାରେ ଆଜି ଆଉ ୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୨କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ଏହି ୫୭ ଆକ୍ରାନ୍ତ ମାନଙ୍କ ମଧ୍ୟରେ ୪୩ ଜଣ ପୁରୁଷ ଓ ୧୪ ଜଣ ମହିଳା ରହିଛନ୍ତି । ତନ୍ମଧ୍ୟରେ ଫୁଲବାଣୀ ବ୍ଲକରୁ ୨୦ ଜଣ, ଟିକାବାଲି ବ୍ଲକରୁ ୪ ଜଣ, ଜି. ଉଦୟଗିରି ବ୍ଲକରୁ ୫ ଜଣ, କେ. ନୂଆଗାଁ ବ୍ଲକରୁ ୪ ଜଣ, ଚକାପାଦ ବ୍ଲକରୁ ଜଣେ, ଖଜୁରିପଡ଼ା ବ୍ଲକରୁ ୫ ଜଣ, କୋଟଗଡ଼ ବ୍ଲକରୁ ଜଣେ, ଦାରିଙ୍ଗବାଡ଼ି ବ୍ଲକରୁ ଜଣେ, ରାଇକିଆ ବ୍ଲକରୁ ୫ ଜଣ, ବାଲିଗୁଡ଼ା ବ୍ଲକରୁ ୫ ଜଣ, ଫିରିଙ୍ଗିଆ ବ୍ଲକରୁ ୪ ଜଣ ଆକ୍ରାନ୍ତ ରହିଛନ୍ତି । ଏହା ବ୍ୟତୀତ ଜିଲ୍ଲା ବାହାରେ ଅନ୍ୟ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ଡଃ. ବୃନ୍ଦା ଡି. ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଅଦ୍ୟାବଧି ଜିଲ୍ଲାରେ ୨୨୪୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କରୋନାଜନିତ ସକ୍ରିୟ ମାମଲା ୩୯୯ ରହିଛି । ସେହିପରି ଜିଲ୍ଲାରେ ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪ ରହିଛି ।
ତେବେ କୌଣସି ପ୍ରକାରେ ଏଥିରେ ଭୟଭିତ ନହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ନିରାପଦରେ ଘରେ ରହିବା ଏବଂ କୌଣସି ଜରୁରୀ କାମରେ ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି ନିୟମିତ ବ୍ୟବଧାନରେ ହାତ ଧୋଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।