
ବାରିପଦା – ମୟୂରଭଞ୍ଜ ଜିଲ୍ଲାରୁ ଆଜି ଗୃହ ସଙ୍ଗରୋଧରୁ ୨ ଜଣ, ସ୍ଥାନୀୟ ଅଂଚଳରୁ ୧୫୧ ଜଣ ଓ କାର୍ଯ୍ୟରତ କୋଭିଡ଼-୧୯ ଯୁଦ୍ଧା ୧ ଜଣ ଓ କଟକ, ଭୁବନେଶ୍ୱରଠାରେ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୬ ଜଣଙ୍କୁ ମିଶାଇ ମୋଟ ୧୬୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଆକ୍ରାନ୍ତମାନଙ୍କ ସଂଖ୍ୟା ୫ ହଜାର ୨୫୩କୁ ବୃଦ୍ଧି ପାଇଛି । ତେବେ ଆଜି ମୟୂରଭଞ୍ଜରୁ ୯୯ ପୁରୁଷ ଓ ୫୫ ଜଣ ମହିଳା କୋଭିଡ଼-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାର ଜଣାପଡ଼ିଥିବା ସମୟରେ ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷଦରୁ ସର୍ବାଧିକ ୩୪ ପୁରୁଷ ଏବଂ ୧୦ ମହିଳାଙ୍କୁ ମିଶାଇ ମୋଟ ୪୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨, ୧୧ ଓ ୧୩ ବର୍ଷର ୩ ନାବାଳକ ଏବଂ ଜଣେ ୪ ବର୍ଷର ନାବାଳିକା ରହିଛନ୍ତି । ସେହିପରି ବାରିପଦା ବ୍ଲକରୁ ୧୧ ପୁରୁଷ ଓ ଜଣେ ୬ ବର୍ଷିୟା ନାବାଳିକା ସହ ୮ ମହିଳା, ବଡ଼ସାହି ବ୍ଲକରୁ ୪ ପୁରୁଷ , ବହଳଦା ବ୍ଲକରୁ ୨ ପୁରୁଷ ଓ ୧ ମହିଳା, ବାଙ୍ଗିରିପୋଷି ବ୍ଲକରୁ ୨ ପୁରୁଷ, ବେତନଟୀ ବ୍ଲକରୁ ୮ ଓ ୧୩ ବର୍ଷର ନାବାଳକ ସହ ୬ ପୁରୁଷ ଓ ୮ ମହିଳା, ବିଜାତୋଳା ବ୍ଲକରୁ ୧ ପୁରୁଷ, ବିଶୋଇ ବ୍ଲକରୁ ୨ ପୁରୁଷ ଓ ୪ ମହିଳା, ଗୋପବନ୍ଧୁନଗର ବ୍ଲକରୁ ୪ ପୁରୁଷ ଓ ୧ ମହିଳା, ଜାମଦା ବ୍ଲକରୁ ଜଣେ ୧୩ ବର୍ଷିୟା ନାବାଳିକା, ଯଶୀପୁର ବ୍ଲକରୁ ଜଣେ ଯୁବକ ଓ ୨ ମହିଳା, କପ୍ତିପଦା ବ୍ଲକରୁ ୪ ପୁରୁଷ ଓ ୨ ମହିଳା, ଖୁଂଟା ବ୍ଲକରୁ ୨ ଯୁବକ ଓ ୨ ଜଣ ୬୦ ବର୍ଷିୟା ବୃଦ୍ଧାଙ୍କ ସହ ୫ ମହିଳା, କୁଳିଅଣା ବ୍ଲକରୁ ୫ ଯୁବକ ଓ ୨ ଯୁବତୀ, କୁସୁମୀ ବ୍ଲକରୁ ଜଣେ ୧୩ ବର୍ଷର ନାବାଳକ ସହ ଅନ୍ୟ ଜଣେ ଯୁବକ ଓ ଜଣେ ମହିଳା, ମୋରଡ଼ା ବ୍ଲକରୁ ୨ ଯୁବକ ଓ ୨ ଯୁବତୀ, ରାଇରଙ୍ଗପୁର ବ୍ଲକରୁ ୩ ଯୁବକ ଓ ୧ ଯୁବତୀ, ରାଇରଙ୍ଗପୁର ପୌରପରିଷଦରୁ ୨ ଯୁବକ, ରରୁଆଁ ବ୍ଲକରୁ ଜଣେ ମହିଳା, ରାସଗୋବିନ୍ଦପୁର ବ୍ଲକରୁ ୧ ଯୁବକ, ସାରସକଣା ବ୍ଲକରୁ ୧ ଯୁବକ ଓ ୧ ଯୁବତୀ, ଶାମାଖୁଂଟା ବ୍ଲକରୁ ଜଣେ ୬୦ ବର୍ଷର ବୃଦ୍ଧ, ୩ ଯୁବକ ସହ ଜଣେ ଯୁବତୀ , ଶୁକୃଳି ବ୍ଲକରୁ ଜଣେ ଯୁବତୀ, ଶୁଳିଆପଦା ବ୍ଲକରୁ ଜଣେ ଯୁବକ , ଠାକୁରମୁଣ୍ଡା ବ୍ଲକରୁ ଜଣେ ୪ ବର୍ଷର ନାବାଳକ, ଉଦଳା ବ୍ଲକରୁ ଜଣେ ୧୪ ବର୍ଷର ନାବାଳକ ସହ ଜଣେ ଯୁବକ , ଉଦଳା ଏନଏସିରୁ ଜଣେ ୬୦ ବର୍ଷର ବୃଦ୍ଧ ଓ ୨ ଯୁବକ ସହ ୪ , ୧୦ ବର୍ଷିୟା ଓ ଅନ୍ୟ ଜଣେ ୬୦ ବର୍ଷିୟା ବୃଦ୍ଧା କରୋନା ସଂକ୍ରମିତ ହୋଇଥିବାର ଜଣାପଡ଼ିଛି । ଆକ୍ରାନ୍ତମାନଙ୍କ ମଧ୍ୟରୁ କୌଣସି ଲକ୍ଷଣ ନ ଥିବା ଓ ସ୍ୱଳ୍ପ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ କୋଭିଡ଼ କେୟାର ଓ କ୍ରିଟିକାଲ ସଂକ୍ରମିତମାନଙ୍କୁ କୋଭିଡ଼ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି । ଏଥିସହିତ ସେପ୍ଟେମ୍ବର ୯ ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୩ ହଜାର ୫୯୦, ସକ୍ରିୟ ସଂଖ୍ୟା ୧୬୫୩ ରହିଥିବା ବେଳେ ଜିଲ୍ଲାରେ ମୋଟ୍ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।