ରାଉରକେଲା – ରାଉରକେଲା ସହରର ଛେଣ୍ଡ କଲୋନୀ ଅଂଚଳରେ ଦିର୍ଘ ଦିନ ହେବ ପଡି ରହିଥିବା ଛୋଟ ଘର ଓ ଯାଗା ଗୁଡିକୁ ରାଉରକେଲା ଡେଭଲପମେଂଟ ଅଥରିଟି (ଉନ୍ନୟନ କର୍ତୃପକ୍ଷ) ବଂଟନ କରିବା ଲାଗି ଆରଡିସି ଏକ ମିଟିଂରେ ନିର୍ଦ୍ଦେଶ ଦେବା ପରେ ସେସବୁ ବଂଟନ ଲାଗି ଆରଡିଏ ତରଫରୁ କାମ ଆରମ୍ଭ ହୋଇଥିବା ଖବର ମିଳିଛି ।
ନିକଟରେ ଜିଲ୍ଲାପାଳ ସୁନ୍ଦରଗଡ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟ ଅନୁଶାରେ, ରାଉରକେଲାର ୩ଟି ସ୍ଥାନରେ ପ୍ରଥମେ ୧୦୦୦ ଘର ନିର୍ମାଣ କରିଦେବା ମାମଲାରେ ଆରଡିଏ ପାଖରେ କିଛି ସଠିକ୍ ବ୍ଲୁପ୍ରିଟଂ ନଥିବା ବେଳେ ,ଦିର୍ଘ ଦିନରୁ ପଡି ରହିଥିବା ଘରଗୁଡିକ ଖୁବ ଶିଘ୍ର ବାଂଟିବା ଲାଗି କାମ ଆରମ୍ଭ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଅନେକ ଦିନ ତଳେ ଏହି ସବୁ ଘର ନିର୍ମାଣ ହୋଇଥିଲା । ତେବେ ଏସବୁ ଘରଗୁଡିକୁ କେହି ନନେବା ଦ୍ୱରା ସେଗୁଡିକ ପଡରହି ଭୂତ କୋଠିରେ ପରିଣତ ହୋଇଥିଲା । ନିକଟରେ ବିଧାୟକ, ଆରଡିସି, ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ନେଇ ହୋଇଥିବା ଏକ ବୈଠକରେ ଏହି ବଂଟନ ଲାଗି ନିଷ୍ପତି ହୋଇଥିବା ଜଣାପଡିଛି । ଏହି ଖବର ପଦାକୁ ଆସିବା ପରେ ଆରଡିସିଙ୍କର ଏଭଳି ନିର୍ଦ୍ଦେଶ ଲାଗି ତାଙ୍କୁ ସହର ବାସୀ ଧନ୍ୟବାଦ ଜଣାଇବା ସହ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ବିଧାୟକଙ୍କ ସମୟ ଉପୋଯୋଗୀ ପଦକ୍ଷେପକୁ ସ୍ୱାଗତ କରାଯାଇଛି । ଏଭଳି ନିଷ୍ପତି ଦ୍ୱାରା କିଛି ଲୋକ ତାଙ୍କର ସ୍ୱପ୍ନର ଘର ପାଇବା ସହ ଆରଡିଏ କିଛି ମାତ୍ରାରେ ଲାଭବାନ୍ ହୋଇପାରିବ । ତେବେ ଜିଲ୍ଲାପାଳ କହିଥିବା ଘର ଗୁଡିକ ନେଇ ସହରର ୩ଟି ସ୍ଥାନରେ ଯାଗା ଦେଖାଯାଇ ତାହାର ପ୍ଲାନ କରାଜିବା ପରେ ବାସ୍ତବ ରୂପରେଖ ପଦାକୁ ଆସିବ ବୋଲି ଜଣେ ଇଂଜିନିୟର କହିଛନ୍ତି । ତେବେ ଖୁବ ଶିଘ୍ର ଅର୍ଥାତ ୨ ମାସ ଭିତରେ ଜିଲ୍ଲାପାଳଙ୍କ ଠାରୁ ଫାଇଲ ଅନୁମୋଦିତ ହୋଇ ଆସିବା ପରେ ଖାଲି ଥିବା ୧୨୦୦ ଓ ୧୫୦୦ ସ୍କୋୟାରଫୁଟ୍ ଯାଗା ଗୁଡିକୁ ଅକ୍ସନ କରାଜିବାକୁ ଯୋଜନା ହୋଇଥିବା ବେଳେ ୧ଲକ୍ଷ ୮୦ହଜାର ବାର୍ଷିକ ରାଜଗାର ଥିବା ଲୋକଙ୍କୁ ଲଟେରୀ ମାଧ୍ୟମରେ ଖାଲିଥିିବା ଛୋଟ ଘରଗୁଡିକୁ ଦିଆଜିବା ଲାଗି ଯୋଜନା ହୋଇଥିବା ଖବର ମିଳିଛି । ଏହି ଯାଗା ଓ ଘର ଗୁଡିକର ମୋଟ୍ ସଂଖ୍ୟା ୧୦୦ ଭିତରେ ବୋଲି ଖବର ମିଳିଛି । ବିଳମ୍ବରେ ହେଉ କିନ୍ତୁ ସ୍ୱାଗତଯୋଗ୍ୟ ପଦକ୍ଷେପ ଆରଡିଏ ନେଉଛି ତାହା ମାନିବାକୁ ପଡିବ, କିନ୍ତୁ ଏହି ବଂଟନ ବେଳେ ଘର ଯାଗା ନଥିବା ଲୋକ ମାନଙ୍କ ସୁଯୋଗ ମିଳିବା ଉପରେ କଡା କଡି ନଜର ଦେବାର ଆବଶ୍ୟକତା ରହିଛି ।କାରଣ ରାଉରକେଲା ସହରରେ ଏଭଳି କିଛି ଲୋକ ରହିଛନ୍ତି ଯେଉଁ ମାନେ ସରକାରଙ୍କ ବିଭିନ୍ନ ସ୍କିମରେ ଯାଗା ଘର ପାଇ ସେଗୁଡିକୁ କଳାବଜାରରେ ବିକି ବେଶ୍ ମୁନାଫା ଉଠାଇବା ସହ ପୁଣି ସେହି ପଇସାକୁ ସରକାରୀ ସ୍ତରରେ ଖର୍ଚ୍ଚ କରି ଏଭଳି ସ୍କିମରେ ଗୋଟାଏ ପରେ ଗୋଟାଏ ଘର ହାତେଇବାରେ ଲାଗିଛନ୍ତି ।ଗୋଟାଏ ପଟେ ଜଣଙ୍କ ପାଖରେ ଦେଖିବାକୁ ଗଲେ ୮ରୁ ଦଶଟି ଯାଗା ଓ ଘର ଅନ୍ୟ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ଏଭଳି ଲୋକଙ୍କ ସଂଖ୍ୟା ରାଉରକେଲା ମହାନଗର ନିଗମ, ଆରଡିଏ ଓ ରାଉରକେଲା ଇସ୍ପାତ କାରଖାନାରୁ ଅବସର ନେଉଥିବା ଡିଜିଏମ ସ୍ତରର ଅଧିକାରଙ୍କ ଭିତରେ ଅନେକ ରହିଛନ୍ତି ।
ନିକଟ ଅତିତରେ ରାଉରକେଲା ବିଧାୟକ ଯେତେବେଳେ ହାଉସିଂ ବୋର୍ଡର ବିଭାଗର ମନ୍ତ୍ରୀ ଥିଲେ ସେତେବେଳେ ରାଉରକେଲା ଛେଣ୍ଡରେ ୭୯ଟି ପ୍ଲଟ ବାହାରଥିଲା । ଯେଉଁ ମାନେ ସେହି ପ୍ଲଟ ସବୁ ପାଇଛନ୍ତି ସେମାନଙ୍କ ଭିତରୁ ଅନେକଙ୍କର କୋଏଲନଗର, ବାସନ୍ତି କଲୋନୀ, ସିଭିଲଟାଉନରେ ଘର ଓ ପ୍ଲଟ ରହିଛି । ତେଣୁ ସେମାନେ ଆଜିଯାଏ ଏଠାରେ ଘର ତିଆରି କରିବା ପରିବର୍ତେ ୧୬୨୦ ସ୍କୋୟାରଫୁଟ ଯାଗାକୁ ସରକାରଙ୍କ ଠାରୁ ୮ ଲକ୍ଷରେ ନେଇ ବର୍ତମାନ ୪୫ ଲକ୍ଷରେ ବିକୁଛନ୍ତି । ଖାଲି ସେତିକି ନୁହେଁ ଜଣେ ଲୋକର ପରିବାର ୩ଟି ପ୍ଲଟ ପାଇଥିବା କଥା ଏବେ ଜଣାପଡିଛି । ତେଣୁ ଏଥିରୁ ଅନୁମାନ କରାଯାଉ କିଭଳି ଭାବେ ଯାଗା ଜମି ମାମଲାରେ କିଛି ଲୋକ ବାରମ୍ବାର ଘର, ଯାଗା ନେଇ ବେପାର କରୁଛନ୍ତି କିନ୍ତୁ ଆମ ବ୍ୟବସ୍ଥା ଏ ଦିଗରେ ପୁରା ଚୁପ୍ । ତେଣୁ ଆଗାମୀ ଦିନରେ ହେବାକୁ ଥିବା ଯାଗା ଜମିର ନିଲାମ ଓ ଲଟେରୀ ପ୍ରକ୍ରୀୟାରେ ଭାଗ ନେବାକୁ ଯାଉଥିବା ଲୋକଙ୍କର କୌଣସି ପ୍ରକାର ଯାଗା ଜମି ନଥିବା ନେଇ ଏକ ଶପଥପାଠ ଦେବା ଲାଗି ନିୟମ କରିବା ସହ ଏଭଳି ବ୍ୟତିକ୍ରମ କରୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରିବାର ବ୍ୟବସ୍ଥା କରିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।