ବ୍ରହ୍ମପୁର : ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସର ଟାଣୁଆ ନେତା ରମେଶ ଚନ୍ଦ୍ର ଜେନାଙ୍କ ମାତା ଅପସରି ଜେନା(୭୨)ଙ୍କ ବ୍ରହ୍ମପୁରସ୍ଥିତ ବିଲ ସାହି ନିଜ ବାସଭବନରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ବିଗିଡିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ୍ରେ ଭର୍ତ୍ତି କରିବା ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବରପାଇ ପରିବାରବର୍ଗ ଓ ବିଧାୟକଙ୍କ ସହକର୍ମୀମାନେ ତାଙ୍କ ବାସଭବନରେ ପହଞ୍ôଚଥିଲେ । ନିର୍ବାଚନ ପରଠାରୁ ବ୍ରହ୍ମପୁର ସହରକୁ ବିଧାୟକଙ୍କ ପ୍ରବେଶ ଉପରେ ମାନ୍ୟବର ଅଦାଲତ କଟକଣା ଲଗାଇଥିବାରୁ ୧୦ଟା ପରେ ଜିଲ୍ଲା କୋର୍ଟ ଖୋଲିବାପରେ ବିଧାୟକ ଶ୍ରୀ ଜେନାଙ୍କ ଓକିଲ କିଶୋର ବିଷୋୟୀ ମାତୃ ବିୟୋଗ ଯୋଗୁ ତାଙ୍କୁ ବ୍ରହ୍ମପୁରକୁ ଆସିବା ନିମନ୍ତେ ଅନୁମତି ମାଗିଥିେଲେ । ତେବେ ରମେଶଙ୍କ ଓକିଲ ୧୫ଦିନ ପାଇଁ ଆବେଦନ କରିଥିବା ବେଳେ ଏଡିଜେ-୩ ତାଙ୍କୁ ୧୩ଦିନ ପାଇଁ ଆବେଦନ ମଞ୍ଜୁର କରିଛନ୍ତି । ଫଳରେ ଆସନ୍ତା ୨୨ତାରିଖ ଦିନ ପର୍ଯ୍ୟନ୍ତ ବିଧାୟକ ବ୍ରହ୍ମପୁରରେ ରହିବେ । ଅନୁମତି ମିଳିବାପରେ ବିଧାୟକ ବିଲସାହି ବାସଭବନରେ ପହଞ୍ôଚ ଗଭୀର ଦୁଃଖ ପ୍ରକାଶ କରିବା ସହ ତଳେପଡି ମା’ଙ୍କୁ ଧରି କାନ୍ଦୁଥିବା ଦୃଶ୍ୟ ସମସ୍ତଙ୍କୁ ଦୁଃଖିତ କରିଥିଲା । ମା’ଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପିତା ଅରକ୍ଷିତ ଜେନା, ଭାଇ ହୀନ, ୩ଭଉଣୀ, ଭଣଜା ଭାଣିଜି, ନାତି ନାତୁଣୀଙ୍କ ସମେତ ପରିବାରବର୍ଗ ଓ ଶତାଧିକ ଅଞ୍ଚଳବାସୀ ଉପସ୍ଥିତରହି ଏକ ବିରାଟ ପଟୁଆରରେ ଗୋକେର୍ଣ୍ଣଶ୍ୱର ଶ୍ମଶାନକୁ ନେଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।
Related Stories
November 24, 2024
November 24, 2024