
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବୁଧବାର ୭୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୮ଜଣ ସୁସ୍ଥ ହୋଇଛନ୍ତି । ତେବେ ବୁଧବାର ଜିଲ୍ଲାରେ ୫୫ବର୍ଷୀୟ, ୬୦ବର୍ଷୀୟ, ୬୨ବର୍ଷୀୟ ଓ ୬୫ବର୍ଷୀୟ ୪ଜଣ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ବୁଧବାର ୭୧ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୨ଜଣ କୋଭିଡ୍ ଯୋଦ୍ଧା ରହିଥିବା ବେଳେ ୩ଜଣ ରାଜ୍ୟ ଫେରନ୍ତା ରହିଛନ୍ତି । ସେହିପରି ୫୬ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ୧୨କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ବିଏମ୍ସିରୁ ୩, ଭଞ୍ଜନଗର ୧, ଛତ୍ରପୁର ୪, ପୋଲସରା ୧, ପୁରୁଷୋତ୍ତମପୁର ୧, ରଙ୍ଗେଇଲୁଣ୍ଡା ବ୍ଲକ୍ରୁ ୨ଜଣ ରହିଛନ୍ତି । ୩ଜଣ ରାଜ୍ୟ ଫେରନ୍ତାଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୨ ଓ ଶେରଗଡ ବ୍ଲକ୍ରୁ ଜଣେ ରହିଛନ୍ତି । ସେହିପରି ୫୬ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୧, ବେଗୁନିଆପଡା ୬, ବିଏମ୍ସି ୯, ଭଞ୍ଜନଗର ୭, ବୁଗୁଡା ୪, ଛତ୍ରପୁର ୬, ଚିକିଟି ୧, ଗଞ୍ଜାମ ୩, ହିଞ୍ଜିଳିକାଟୁ ୧, କବିସୂର୍ଯ୍ୟନଗର ୧, ଖଲ୍ଲିକୋଟ ୨, ପୋଲସରା ୬, ପୁରୁଷୋତ୍ତମପୁର ୧, ରଙ୍ଗେଇଲୁଣ୍ଡା ୩, ସାନଖେମୁଣ୍ଡି ୨, ସୋରଡା ୨ ଓ ଅନ୍ୟାନ୍ୟ ଜଣେ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୮୮୮୩ରେ ପହଞ୍ôଚଥିବା ବେଳେ ୨୧୩ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୧୮୦୩୧ରେ ପହଂଚିଛି । ଜିଲ୍ଲାରେ ଏବେ ୬୩୧ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।