ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟର କୂଳ ସଚିବ ଭାବେ ବରିଷ୍ଠ ଓଏଏସ୍ ଅଧିକାରୀ ଦିଲ୍ଲୀପ କୁମାର ବଳ ବୁଧବାର ଦାୟୀତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କୁଳପତି ଅମରେନ୍ଦ୍ର ନାରାୟଣ ମିଶ୍ର ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସମସ୍ତ ବିଭାଗୀୟ ମୁଖ୍ୟ ଓ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ମିଶି ବିଶ୍ୱ ବିଦ୍ୟାଳୟର ଉନ୍ନତି ଓ ବିଦ୍ୟାର୍ଥୀଙ୍କୁ ଉତ୍ତମ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେବି ବୋଲି କହିଛନ୍ତି । ସୂଚନାଥାଉକି, କନିଷି ଠାରେ ଏକ ଘରୋଇ କୋଠାରେ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ଚାଲୁ ରହିଛି । ପୂର୍ବରୁ କୁଳ ସଚିବ ଭାବେ ଥିବା କିଶୋର ଚନ୍ଦ୍ର ଦାସ ଅନ୍ୟତ୍ର ବଦଳି ହେବାପରେ ଶ୍ରୀ ବଳଙ୍କୁ ଏହି ନୂତନ ନିଯୁକ୍ତି ଦିଆଯାଇଛି । ଏହି ମର୍ମରେ ବିଦାୟୀ କୁଳ ସଚିବ ଶ୍ରୀ ଦାସଙ୍କୁୂ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ କୁୂଳ ସଚିବଙ୍କୁ ସ୍ୱାଗତ କରାଯାଇଥିଲା ।
Related Stories
November 22, 2024