ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଠାକରେ ପାୱାର ପଏଂଟ ପ୍ରେଜେଟେଂସନ୍ ମାଧ୍ୟମରେ କୋଭିଡ୍-୧୯ ପରିଚାଳନା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ବର୍ତମାନ କୋଭିଡ୍-୧୯ର ସ୍ଥିତି, ଆକ୍ରାନ୍ତ ସଂଖ୍ୟା, ଆରୋଗ୍ୟ ସଂଖ୍ୟା, ଚିକିତ୍ସାଧିନ ରୋଗୀଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ସମ୍ପର୍କରେ ବ୍ଲକ୍ୱାରୀ ପ୍ରମୁଖ ଶାସନ ସଚିବ ସମୀକ୍ଷା କରିଥିଲେ । ଏତଦ୍ବ୍ୟତୀତ ଜିଲ୍ଲାରେ ସ୍ଥାପନ କରାଯାଇଥିବା କୋଭିଡ୍ କେୟାର ହସ୍ପିଟାଲ, କୋଭିଡ୍ କେୟାର ସେଂଟର ଓ କୋଭିଡ୍ କେୟାର ହୋମ୍ର ସ୍ଥିତି ଓ ଶଯ୍ୟା ସଂଖ୍ୟା ତଥା ପରିଚାଳନା ସମ୍ପର୍କରେ ସମୀକ୍ଷା କରି କଂଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କୋଭିଡ୍ ଇନ୍ସେନ୍ଟିଭ୍ ପ୍ରଦାନ ସମ୍ପର୍କରେ ସମୀକ୍ଷା କରି ଶତପ୍ରତିଶତ କୋଭିଡ୍ ଇନ୍ସେନ୍ଟିଭ୍ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । କୋଭିଡ୍ ବିରୁଦ୍ଧରେ ଲଢେଇ ପାଇଁ ଆବଶ୍ୟକୀୟ ବ୍ୟବସ୍ଥାଗତ କାର୍ଯ୍ୟ ନିମନ୍ତେ ସହଯୋଗ ଓ ସହାୟତା ଡିଏମ୍ଏଫ୍ ତରଫରୁ କରାଯାଉଛି ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ବର୍ତମାନର ପରିପ୍ରେକ୍ଷିରେ ଜୀବନ ସହ ଜୀବିକାର ସୁରକ୍ଷା ପାଇଁ ଶ୍ରମ ଭିତିକ କାର୍ଯ୍ୟକ୍ରମର ଗୁରୁତ୍ୱ ବଢିଯାଇଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ କୁମାର କହିଥିଲେ ଏବଂ ଏ ଦିଗରେ ଲାଇନ୍ ଡିପାର୍ଟମେଂଟମାନେ ସକରାତ୍ମକ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜରିଆରେ କିପରି ଶ୍ରମ ଭିତିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି ସେ ସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ ପାୱାର ପଏଂଟ ପ୍ରେଜେଟେଂସନ୍ ମାଧ୍ୟମରେ ବ୍ଲକ୍ୱାରୀ ତଥ୍ୟ ଉପସ୍ଥାପନ କରିଥିଲେ । କିପରି ଅଧିକ ଲୋକଙ୍କୁ ଜବ୍ କାର୍ଡ ପ୍ରଦାନ କରାଯିବ ଏବଂ ସବୁ ଗାଁରେ କାମ ସୃଷ୍ଟି କରାଯାଇ ଅଧିକ ଲୋକଙ୍କୁ କାମ ଦିଆଯାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ କୁମାର ନିର୍ଦ୍ଦେଶ ଦେଇଥିଲେ । ମନରେଗା ଯୋଜନା ଜରିଆରେ ଉଦ୍ୟାନ ବିଭାଗ ତରଫରୁ ହାତକୁ ନିଆଯାଇଥିବା ଶ୍ରମ ଭିତିକ କାର୍ଯ୍ୟକ୍ରମ, ଆମ୍ବ ଏବଂ କାଜୁ ଚାରା ରୋପଣ ସହିତ ଶ୍ରମ ଦିବସ ସୃଷ୍ଟି, ଧାର୍ଯ୍ୟ ଲକ୍ଷ୍ୟ ହାସଲ ସମ୍ପର୍କରେ ସମୀକ୍ଷା କରିଥିଲେ । କୃଷି ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରମୁଖ ଶାସନ ସଚିବ ସମୀକ୍ଷା କରି ବର୍ତମାନ ଚାଷର ସ୍ଥିତି, ବିହନ ଯୋଗାଣ ଏବଂ ସାର ଯୋଗାଣ ସମ୍ପର୍କରେ ସମୀକ୍ଷା କରିଥିଲେ । ସାର କଳା ବଜାରୀ କରୁଥିବା ୬ଜଣ ଘରୋଇ ଡିଲର୍ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସାର ଯୋଗାଣ କ୍ଷେତ୍ରରେ ଅନିୟମିତତା ପ୍ରଦର୍ଶନ କରିଥିବା ଲ୍ୟାମ୍ପସ୍/ପାକ୍ସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ ।
ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାଃ ଅଶୋକ କୁମାର ଦାଶଙ୍କ ସମେତ ଡିପିଏମ୍ ଦିଲୀପ ଦୁବେ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶରତ ଚନ୍ଦ୍ର ଦାଶ, ଉପ ନିର୍ଦ୍ଦେଶକ ଉଦ୍ୟାନ ଓମ୍ପ୍ରକାଶ ରଥ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଜୀବ ବାରିକ୍, ଆସିଷ୍ଟାଂଟ କଲେକ୍ଟର କିରଣ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।