
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ବିଶ୍ୱ ସ୍ଵାକ୍ଷରତା ଦିବସ ଅବସରରେ ଶ୍ରୀଜଗନ୍ନାଥ ଧାମ ଅଫ ରୋଟାରି କ୍ଲବ ଆନୁକୂଲ୍ୟରେ ନୂତନ ଜାତୀୟ ଶିକ୍ଷାନୀତି -୨୦୨୦ ଉପରେ ଏକ ଆଲୋଚନା ଚକ୍ର ସ୍ଥାନୀୟ ସ୍ୱସ୍ତିକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି |କ୍ଲବର ସଭାପତି ଦେବରାଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରୀ ସଦର ମଣ୍ଡଳ ଶିକ୍ଷା ଅଧିକାରୀ ମମତା ମିଶ୍ର ଏବଂ ଶିକ୍ଷାବିତ ଡ଼କ୍ଟର କାର୍ତ୍ତିକ କୁମାର ଦାଶ ମୁଖ୍ୟବକ୍ତା ରୂପେ ଯୋଗଦାନ କରିଥିଲେ |ପ୍ରାରମ୍ଭରେ ସଂପାଦକ ରୋଟାରୀଆନ ଦେବଦତ୍ତ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ସହିତ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ |ବକ୍ତା ମାନେ ବିଶ୍ୱ ସ୍ଵାକ୍ଷରତା ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ନୂତନ ଜାତୀୟ ଶିକ୍ଷାନୀତି -୨୦୨୦ ର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ |
ଏହି ଅବସରରେ ପୁରୀଜିଲ୍ଲାର ୭ ଜଣ କୃତି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |ସର୍ବଶ୍ରୀ ପତିତପାବନ ଜଗଦେବ, ମହେନ୍ଦ୍ର ବିଶୋଇ, ମନୋରଞ୍ଜନ ତ୍ରିପାଠୀ, ପତିତପାବନ ସାହୁ, ପ୍ରଭାତ ରଞ୍ଜନ ପୃଷ୍ଟି, କିରଣ ବାଳା ଦାଶ ଏବଂ ସସ୍ମିତା ଜେନାଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା |ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ରୋଟାରୀଆନ ପ୍ରଦୀପ ନାୟକ, ସୁବାସ ଚନ୍ଦ୍ର ପରିଡା, ବିଭୁଦତ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |