
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଶ୍ରୀମନ୍ଦିର କାର୍ଯ୍ୟାଳୟର ମୁଖ୍ୟ ପ୍ରଶାସକଙ୍କୁ ଏକ ଚିଠି ମାଧ୍ୟମରେ ନିବେଦନ କରି ବିଶ୍ବଜିତ ମହାନ୍ତି ଜଣାଇଛନ୍ତି ଯେ ପ୍ରତି ବର୍ଷ ରଥଯାତ୍ରା ପରେ
ବଡଦାଣ୍ଡ ରେ ଅସ୍ଥାୟୀ ଶେଡ଼ ନିର୍ମାଣ କରାଯିବା ଓ ରଥଯାତ୍ରା ପୂର୍ବରୁ ତାହାକୁ ପୁଣି ଖୋଲା ଯିବା ଦ୍ବାରା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ
ହଉଛି । ଗତ ବର୍ଷ ଠାରୁ ଏହି ଅସ୍ଥାୟୀ ଶେଡ ଓ ବ୍ୟାରିକେଡ଼ ବଡ ଦାଣ୍ଡ ମଝିରେ ନିର୍ମାଣ କରାଯାଇଥିଲା ଓ ଏହାକୁ ଗତ
ରଥଯାତ୍ରା ପୂର୍ବରୁ ଖୋଲା ଯାଇଥିଲା |ପୁଣି ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲାଣି ଏହାଦ୍ବାରା ବଡଦାଣ୍ଡ ସଙ୍କୁଚିତ ହଉଚି ଓ
ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହଉଚି ତେଣୁ ଏଭଳି ଅସ୍ଥାୟୀ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ ଭକ୍ତଙ୍କ ସୁବିଧା
ନିମନ୍ତେ ସ୍ଥାୟୀ ବ୍ୟାରିକେଡ଼ ମା କାକୁଡ଼ି ଖାଇ ମନ୍ଦିର ନିକଟରୁ ସିଂହଦ୍ୱାର ସମ୍ମୁଖରେ ଥିବା ଗୋଡ଼ ଧୋଇବା ସ୍ଥାନ ପ୍ରର୍ଯ୍ୟନ୍ତ ନିର୍ମାଣ କରାଯାଉ|ଆପଣ ଏ ସବୁ ଦିଗରେ ବିହିତ ପଦକ୍ଷେପ ନେଇ ବଡଦାଣ୍ଡରେ ଚାଲିଥିବା ଅସ୍ଥାୟୀ ଶେଡ଼ ନିର୍ମାଣ କାର୍ଯ୍ୟ କୁ ବନ୍ଦ କରନ୍ତୁ ଓ ଜନସାଧାରଣ ଯାତାୟାତ ସୁବିଧା ନିମନ୍ତେ ବଡଦାଣ୍ଡ ଲୁହା ବ୍ୟାରିକେଡ଼ ହଟାଯାଉ|