ନୂଆଦିଲ୍ଲୀ– ଦିଲ୍ଲୀ ମେଟ୍ରୋର ବ୍ଲୁ ଓ ପିଙ୍କ ଲାଇନରେ ସେବା ବୁଧବାର ଠାରୁ ଆରମ୍ଭ ହୋଇଯାଇଛି । କୋଭିଡ-୧୯ କାରଣରୁ ୧୭୧ ଦିନ ପର୍ଯ୍ୟନ୍ତ ଏହି ୨ଟି ଲାଇନରେ ମେଟ୍ରୋ ସେବା ବନ୍ଦ ଥିଲା । ଏହି ୨ ଲାଇନରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଟ୍ରେନ ଉପଲବ୍ଧ ରହିବ । ଦିଲ୍ଲୀ ମେଟ୍ରୋ କର୍ପୋରେଶନ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ଦିଲ୍ଲୀ ମେଟ୍ରୋ ପରିଚାଳନାର ସମୟ ହ୍ରାସ ଏବଂ କୋଭିଡ-୧୯ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଏହା ବ୍ୟତୀତ ଗୁରୁବାର ଠାରୁ ଆହୁରି ଅନ୍ୟ ୩ଟି ଲାଇନ- ରେଡ ଲାଇନ, ଭାଓଲେଟ ଲାଇନ ଓ ଗ୍ରୀନ ଲାଇନରେ ସେବା ଆରମ୍ଭ ହେବ ।
Related Stories
November 23, 2024