ଭୁବନେଶ୍ୱର – ରାଜ୍ୟରେ ଗୋଟିଏ ଦିନରେ ୩୭୪୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୫୧୩୦ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ରାଜ୍ୟରେ ବର୍ତମାନ ସୁଦ୍ଧା ୧୦୨୧୮୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ମାମଲା ୩୨୩୧୨ ରହିଛି ।
ଆଜି ଚିହ୍ନଟ ହୋଇଥିବା ୩୭୪୮ ଜଣଙ୍କ ମଧ୍ୟରୁ ୨୨୧୦ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୫୩୮ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୬୧୫ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଅନୁଗୁଳ ଜିଲ୍ଲାରେ ୫୭ , ବାଲେଶ୍ୱର ଜିଲ୍ଲାରେ ୧୦୩ ଜଣ, ବରଗଡ ଜିଲ୍ଲାରେ ୯୨, ଭଦ୍ରକ ଜିଲ୍ଲାରେ ୪୬, ବୌଦ୍ଧ ଜିଲ୍ଲାରେ ୫୮ ବଲାଙ୍ଗିର ଜିଲ୍ଲାରେ ୧୬୩, କଟକ ଜିଲ୍ଲାରେ ୩୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୨୪. ଢେଙ୍କାନାଳ ଜିଲ୍ଲାରେ ୬୫, ଗଜପତି ଜିଲ୍ଲାରେ ୩୩, ଗଂଜାମ ଜିଲ୍ଲାରେ ୭୧, ଜଗତସିଂହପୁର ଜିଲ୍ଲାରେ ୯୪, ଯାଜପୁର ଜିଲ୍ଲାରେ ୧୪୦ . ଝାରସୁଗୁଡା ଜିଲ୍ଲାରେ ୭୦, କଳାହାଣ୍ଡି ଜିଲ୍ଲାରେ ୩୮ . କନ୍ଧମାଳ ଜିଲ୍ଲାରେ ୮୫, କେନ୍ଦ୍ରାପଡା ଜିଲ୍ଲାରେ ୧୧୬ ,କେନ୍ଦୁଝର ଜିଲ୍ଲାରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୯୭ ଜଣ, ମାଲକାନଗିରି ଜିଲ୍ଲାରେ ୨୧ , ମୟୁରଭଂଜ ଜିଲ୍ଲାରେ ୩ ନବରଙ୍ଗପୁୁରରେ ୧୨୧, ନୟାଗଡ ଜିଲ୍ଲାରେ ୬୯, ନୂଆପଡା ଜିଲ୍ଲାରେ ୧୦୭, ପୁରୀ ଜିଲ୍ଲାରେ ୩୮୭, ରାୟଗଡା ଜିଲ୍ଲାରେ ୮୨, ସମ୍ବଲପୁର ଜିଲ୍ଲାରେ ୭୯ ,ସୋନପୁର ଜିଲ୍ଲାରେ ୧୨୪ ତଥା ସୁନ୍ଦରଗଡ ଜିଲ୍ଲାରେ ୧୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।