ଭୁବନେଶ୍ୱର – ମହାତ୍ମା ଗାନ୍ଧିଙ୍କର ୧୫୦ ତମ ଜୟନ୍ତୀ ଅବସରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟରସ୍ ଠାରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଓ ଗାନ୍ଧି ଶାନ୍ତି ପ୍ରତିÂାନ ପକ୍ଷରୁ ଆୟୋଜିତ ଜାତୀୟ ସଂହତି ଶିବିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ପ୍ରସ୍ତୁତ ଗାନ୍ଧିଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନତୋ’ ର କ୍ୟାସେଟ୍ ଉନ୍ମୋଚନ କରିଥିଲେ ।
ଏହା ପୂର୍ବରୁ ପ୍ରତିÂାନ ପକ୍ଷରୁ ଏକ ସଂକୀର୍ତନ ଶୋଭାଯାତ୍ରା , ଗାନ୍ଧିଜୀ ଓ ଜାତୀୟ ସଂହତି , ବିଶ୍ୱ ନେତୃତ୍ୱରେ ଗାନ୍ଧି ଓ ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟରେ ଗାନ୍ଧିଜୀ ଆଦି ବିଷୟକୁ ନେଇ କର୍ମଶାଳା , ଗାନ୍ଧି ନାଟକ ଓ ରାମଧୂନ୍ ଆଦି ଆୟୋଜିତ ହୋଇଥିଲା ।
କାର୍ଯ୍ୟକ୍ରମର ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅହିଂସାକୁ ଦେଶର ସମ୍ବିଧାନର ମୁଖବନ୍ଧରେ ରଖିବାକୁ ସେ ଦାବି କରି ଆସିଛନ୍ତି । ଏହି ଦାବିକୁ ସମର୍ଥନ କରି ଏକ ହସ୍ତାକ୍ଷର ଅଭିଯାନ ସଫଳ ହୋଇଛି । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଗାନ୍ଧରି ବିଚାରର ପ୍ରାସଙ୍ଗିକତା ଥିଲା , ଅଛି ଏବଂ ରହିବ । ଅହିଂସାକୁ ଆମେ ସମେସ୍ତ ଯଦି ଆମ ଜୀବନରେ ପାଳନ କରିବା , ତେବେ ବର୍ତମାନର ବହୁ ସମସ୍ୟା ଦୂର ହୋଇଯିବ ।
ଗାନ୍ଧିଜୀ ଜଣେ ରାଜନୈତିକ ବ୍ୟକ୍ତିତ୍ୱ ନଥିଲେ , ସେ ଜଣେ ସନ୍ଥ ଏବଂ ସାମାଜିକ ସଂସ୍କାରକ । ତାଙ୍କର ଅଭୁଦପୂର୍ବ ବ୍ୟକ୍ତିତ୍ୱ ରେ ସେ ସାରା ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ । କେବଳ ଭାରତର ସ୍ୱାଧୀନତା ନୁହେଁ ,ଏକ ସୁସ୍ଥ ସମାଜ ଓ ସଶକ୍ତ ଭାରତ ତାଙ୍କର ଲକ୍ଷ୍ୟ ଥିଲା । ଦାରିଦ୍ୟ୍ରତା , ହିଂସା ଓ ଅସମାନତାରୁ ଭାରତକୁ ମୁକ୍ତ କରିବା ତାଙ୍କର ଲକ୍ଷ୍ୟ ଥିଲା । ଏହି ଲକ୍ଷ୍ୟକୁ ପୂରଣ କରିବାପାଇଁ ସମସ୍ତେ ମିଳିମିଶି କାମ କରିବା ଏବ ତାହା ହିଁ ହେବ ବାପୁଜୀଙ୍କ ପ୍ରତି ଶ୍ରେÂ ଶ୍ରଦ୍ଧାଂଜଳୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।