ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଏପ୍ରିଲ ୧ରୁ ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ଅଧିକ ମାତ୍ରାରେ ମନରେଗା କାମ ଯୋଗାଇ ଦିଆଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ୩୫ ଲକ୍ଷ ୫୫ ହଜାର ୭୮୨ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ତାହା ୮୧ ଲକ୍ଷ ୮୧ ହଜାର ୨୯୫ ଶ୍ରମ ଦିବସ ବୃଦ୍ଧି ପାଇଛି । ସମାନ ଅବଧି ମଧ୍ୟରେ ଦୁଇରୁ ତିନି ଗୁଣା କାର୍ଯ୍ୟ ଦିବସ ବୃଦ୍ଧି ପାଇଛି । ସେହିପରି ଗତବର୍ଷ ତୁଳନାରେ ତାହା ୫ ଗୁଣା ଅଧିକ ପରିବାରକୁ ୧୦୦ ଦିନିଆ କାର୍ଯ୍ୟ ଦିଆଯାଇଛି । ୨୦୧୯-୨୦ ବର୍ଷରେ ୧୧୪୩ ପରିବାର ୧୦୦ ଦିନିଆ କାର୍ଯ୍ୟ ପାଇଥିବା ବେଳେ ଏଥର ତାହା ୫୬୯୪ କୁ ବୃଦ୍ଧି ପାଇଛି । କୋଭିଡ଼୍ ମହାମାରୀ ସମୟରେ ଜୀବନ ଜୀବିକା ମଧ୍ୟରେ ସମନ୍ୱୟ ରଖିବା ଦୃଷ୍ଟିରୁ ମନରେଗା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଟ୍ୱିଟର୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
Related Stories
November 23, 2024