
ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ସାର୍ବଜନୀନ ଦୂର୍ଗା ପୂଜା ପାଳନ ହେବ ନାହିଁ । ଗଣେଷ ପୂଜା ଭଳି ଏହା ଉପରେ କଟକଣା ରହିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଜିଲ୍ଲାରେ କରୋନା ସଂକ୍ରମଣ ଥମିଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇନାହିଁ । ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ କରୋନା ମୁକ୍ତ କରାନଯିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରଶାସନିକ କଟକଣା ଜାରୀ ରହିବ । ଏବଂ ଦୂର୍ଗାପୂଜା ମଧ୍ୟ ଏଥିରୁ ବାଦ୍ ପଡିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।