ଏନେଇ ଗ୍ରାମର ମହିଳା ସଙ୍ଗଠନ ପକ୍ଷରୁ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପାଖରେ ଲିଖିତ ସହ ମୌଖିକ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ସୁଫଳ ପାଇନଥିବାକୁ ନେଇ ଦିନକୁଦିନ ଅସନ୍ତୋଷ ବୃଦ୍ଧି ପାଉଛି । ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ନ୍ୟାୟରୁ ବଞ୍ଚିତ ହେବାପରେ କିଛି ଉପାୟ ନପାଇ ବ୍ଲକର ବିଜେପି କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ସତ୍ୟତା ଜାଣିବା ପାଇଁ ବିଜେପିର କର୍ମକର୍ତ୍ତା ସରକାରଙ୍କ ସୂଚନା ଅଧିକାର ଆଇନରେ ଘଟଣାର ସତ୍ୟତା ପ୍ରମାଣପତ୍ର ନିମନ୍ତେ ଆବେଦନ କରିଥିଲେ । ସତ୍ୟତା ସମ୍ପର୍କରେ ଜାଣିବା ପରେ ବିଜେପିର ଏକ ଦଳ ଘଟଣାର ସରଜମିନ ତଦନ୍ତ ପରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
Related Stories
November 23, 2024