
ନୂଆଦିଲ୍ଲୀ-ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମନ୍ତ୍ରୀ ଶାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ସାମିଲ ହେବାକୁ ମଙ୍ଗଳବାର ଦିନ ଋଷ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ମସ୍କୋରେ 9 ଓ 10 ତାରିଖ ଦିନ ହେବାର ଅଛି । ଏଥିରେ ସେ ଏହି ସଙ୍ଗଠନର ସଦସ୍ୟ ଥିବା ଦେଶ ମାନଙ୍କର ବୈଦେଶିକ ମନ୍ତ୍ରୀ ମାନଙ୍କର ସମ୍ମିଳନୀରେ ସାମିଲ ହେବେ ।