ଭୁବନେଶ୍ୱର – ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ଜୟନ୍ତୀ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଧାନସଭା ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତି ନିକଟରେ ଗାନ୍ଧିଜୀଙ୍କର ଆଶ୍ରମ ଗୀତକୁ ନେଇ ପ୍ରାର୍ଥନା ସଭା ଅନୁÂିତ ହୋଇଥିଲା । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଉପବାଚସ୍ପତି ରଜନୀକାନ୍ତ ସିଂହ , ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ଆସୀନ ଓ ପୂର୍ବତନ ବିଧାୟକମାନେ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଂଜଳୀ ଜଣାଇଥିଲେ ।
ଏହି ଅବସରରେ ଉପବାଚସ୍ପତି ସମସ୍ତଙ୍କୁ ଶପଥପାଠ କରାଇଥିଲେ । ପରିବାର, ପ୍ରତିବେଶୀ , ଗୋÂୀ ଓ କର୍ମ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ହେୁଥିବା ଲାଂଛନାର ପ୍ରତିରୋଧ କରିବା ସହ ସମାଜର ସମସ୍ତ ଉନ୍ନତିମୂଳକ କାର୍ଯ୍ୟରେ ପୂର୍ଣ୍ଣପା୍ରଣରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଶପଥ ନେଇଥିଲେ । ଏହାବ୍ୟତୀତ ନାରୀ ମାନଙ୍କ ପାଇଁ ଏକ ନିରାପଦ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ବ୍ରତୀ ହେବା ଏବଂ ଉପରୋକ୍ତ ଚିନ୍ତା , ଚେତନା ଓ ପ୍ରେରଣାରେ ନିଜର ବନ୍ଧୁ , ସହକର୍ମୀ ଓ ଅନ୍ୟମାନଙ୍କୁ ଉଦବୁଦ୍ଧ କରାଇବାକୁ ସଂକଳ୍ପ ନେଇଥିଲେ । ମାନବ ଜାତିର ପ୍ରାୟ ଅର୍ଧାଂଶ ହେଉଛନ୍ତି ମହିଳା । ନାରୀ ହେଉଛି ପୁରୁଷର ସହଯାତ୍ରୀ । ପ୍ରକୃତି ମଧ୍ୟ ପୁରୁଷ ପରି ନାରୀକୁ ସମାନ ମାନସିକ ଦକ୍ଷତା ପ୍ରଦାନ କରିଛି । ପୁରୁଷର ପ୍ରତିଟି କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ତାର ଅଧିକାର ରହିଛି । ସ୍ୱାଧୀନତା ଏବଂ ମୁକ୍ତିରେ ପୁରୁଷ ପରି ନାରୀର ମଧ୍ୟ ସମାନ ଅଧିକାର ରହିଛି । ଭାରତରେ ଗ୍ରାମ ଗୁଡିକୁ ସୌନ୍ଦର୍ଯ୍ୟର ପୀଠ ସ୍ଥଳୀରେ ପରିଣତ କରିବା ଚରମ ଲକ୍ଷ୍ୟ ବୋଲି ଉପବାଚସ୍ପତି ଶପଥ ପାଠରେ ପ୍ରକାଶ କରିଥିଲେ ।