

Related Stories
July 26, 2025
ମାଲକାନଗିରି-ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ପାଙ୍ଗମ ଗ୍ରାମ ନିକଟରେ ଆଜି ସକାଳୁ ପୋଲିସ ଗାଡି ଧକ୍କାରେ ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ! ମାଥିଲି ଥାନା ର କିଛି ଅଧିକାରୀ ଏକ ବୋଲେରୋ ଯୋଗେ ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ସାମ୍ନା ପଟୁ ନିଜ ମୋଟର ସାଇକେଲ ରେ ମାଥିଲି ବ୍ଲକ ନାୟକଗୁଡ଼ା ପଞ୍ଚାୟତର ଜେ ଆର ଏସ ବାଲରାଜୁ ସାହୁ ମାଥିଲି ଯାଉଥିବାବେଳେ ପାଙ୍ଗାମ ଗ୍ରାମ ନିକଟରେ ମୁହାଁମୁହିଁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ରେ ଜି ଆର ଏସ ବାଲରାଜୁ ସାହୁ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଘଟଣା ସ୍ଥଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବୋଲେରୋ ଟି ପଡି ରହିଥିବାବେଳେ ଉତ୍ୟକ୍ତ ଗ୍ରାମ ବାସୀ ଏବଂ ପରିବାର ବର୍ଗ ଜାତୀୟ ରାଜପଥ ୩ ୨ ୬ କୁ ଅବରୋଧ କରି କ୍ଷତି ପୂରଣ ଦାବି ନେଇ ଧାରଣା ଦେଇଛନ୍ତି !ଫଳରେ ରାସ୍ତାର ଉଭୟ ପଟେ ବହୁ ସଂଖ୍ୟାରେ ଯାନବାହାନ ଅଟକିରହିଛି !