କଟକ– ଓଡ଼ିଶା ବିଶ୍ୱବିଦାଳୟ ଅଧିନିୟମ, ୧୯୮୯ରେ ବଡ଼ ଧରଣର ସଂଶୋଧନ ଆଣି ରାଜ ସରକାର ଜାରି କରିଥିବା ଅଧ୍ୟାଦେଶକୁ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି ।
ମହାସଂଘ ପକ୍ଷରୁ ଏଠାରେ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, କେନ୍ଦ୍ର ସରକାର ଶିକ୍ଷାନୁଷ୍ଠାନର ସ୍ୱାୟତ୍ତତା ଉପରେ ଗୁରୁତ୍ୱ ଦେଇ ଜାତୀୟ ଶିକ୍ଷାନୀତି, ୨୦୨୦ ପ୍ରଣୟନ କରିବାର ଠିକ୍ ପରେପରେ ଓଡ଼ିଶା ସରକାର ବିଶ୍ୱବିଦାଳୟର ସ୍ୱାଧୀନତା କ୍ଷୁଣ୍ଣ କରି ଅଧ୍ୟାଦେଶ ଜାରି କରିଛନ୍ତି । ଏହି ଅଧ୍ୟାଦେଶ ବଳରେ ସରକାର ବିଶ୍ୱବିଦାଳୟ ହାତରୁ ଶିକ୍ଷକ ନିଯୁକ୍ତିର କ୍ଷମତା କାଢ଼ିନେଇ ଓଡ଼ିଶା ଲୋକସେବା ଆୟୋଗ ହାତରେ ନସ୍ତ କରିଛନ୍ତି । ଓଏଏସ, ଓଜେଏସ, ଓଇଏସ ଆଦିରେ ନିଯୁକ୍ତି ଲାଗି ନିୟମିତ ରୂପେ ପରୀକ୍ଷା କରିପାରୁନଥିବା ଆୟୋଗ ପ୍ରତିବର୍ଷ କିପରି ବିଶ୍ୱବିଦାଳୟ ପାଇଁ ଶିକ୍ଷକ ଚୟନ କରିବ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁନଶ୍ଚ ସାରା ଭାରତବର୍ଷରେ କୌଣସି ରାଜ ସରକାର ବିଶ୍ୱବିଦାଳୟ ଲାଗି ଶିକ୍ଷକ ନିଯୁକ୍ତି ରାଜ ଲୋକସେବା ଆୟୋଗ ମାଧ୍ୟମରେ କରୁନଥିବା ସ୍ଥଳେ ଓଡ଼ିଶା ସରକାର ଏପରି କରିବାକୁ ନିଷ୍ପତ୍ତି ଏକ ମନ୍ଦ ପରମ୍ପରା ସୃଷ୍ଟି କରିଛନ୍ତି ।
ସିନେଟ୍ ବିଶ୍ୱବିଦାଳୟ ଏକ ଅବିଚ୍ଛେଦ ଅଙ୍ଗ ହୋଇଥିଲେ ମଧ୍ୟ ରାଜ ସରକାର ତାହା ଉଚ୍ଛେଦ କରି ନିଜ ଅଗଣତାନ୍ତ୍ରିକ ମନୋଭାବର ପରିଚୟ ଦେଇଛନ୍ତି । ଅଧ୍ୟାଦେଶ ଅନୁସାରେ ବିଶ୍ୱବିଦାଳୟର ସହବନ୍ଧନପ୍ରାପ୍ତ ସ୍ୱୟଂଶାସିତ ଓ ଅଣସ୍ୱୟଂଶାସିତ କଲେଜଗୁଡ଼ିକରୁ ଦୁଇଜଣ ଲେଖାଏଁ ପ୍ରଫେସର ସିଣ୍ଡିକେଟର ସଦସ ରହିବେ । ମାତ୍ର ବାସ୍ତବ ସ୍ଥିତି ହେଲା, ଓଡ଼ିଶାର କୌଣସି ସ୍ୱୟଂଶାସିତ ଓ ଅଣସ୍ୱୟଂଶାସିତ କଲେଜରେ ପ୍ରଫେସର ପଦବୀ ସୁଦ୍ଧା ନାହିଁ । ଏପରି ସ୍ଥଳେ ରାଜ ସରକାରଙ୍କର ଏହି ନିଷ୍ପତ୍ତି କୌତୂହଳପ୍ରଦ ମନେହୁଏ ।
ଉନ୍ନତମାନର ଶିକ୍ଷା, ଗବେଷଣା ଓ ନବଭାବର ପ୍ରବର୍ତ୍ତନ ପାଇଁ ଶିକ୍ଷାନୁଷ୍ଠାନର ସ୍ୱାୟତ୍ତତା ଜରୁରୀ ହୋଇଥିବାରୁ ସରକାର ଓଡ଼ିଶା ବିଶ୍ୱବିଦାଳୟ ସଂଶୋଧନ ଅଧ୍ୟାଦେଶ, ୨୦୨୦କୁ ପ୍ରତାହାର କରିନେବା ପାଇଁ ମହାସଂଘର ଜାତୀୟ କାର୍ଯକାରୀ ପରିଷଦର ସଦସ ଡକ୍ଟର ନାରାୟଣ ମହାନ୍ତି ଦାବି କରିଛନ୍ତି ।