-
ପିଟିସନର ଶୁଣାଣ ି ଅକ୍ଟୋବର ୧୨ ତାରିଖକୁ ଘୁଂଚିିଲା
ଭୁୁବନେଶ୍ୱର – ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି ଘୁଂଚିଛି । ଏବେ ଅକ୍ଟୋବର ୧୨ ତାରିଖରେ ଏହାର ଶୁଣାଣୀ ହେବ । ଅନ୍ୟ ପକ୍ଷରେ ଆଜି ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ଘରକୁ ଯାଇ ବୟାନ ରେକର୍ଡ କରିଛନ୍ତି ।
ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଘରୋଇ ହିଂସା ଓ ମାନସିକ ନିର୍ଯାତନା ଦେଉଥିବା ନେଇ ସ୍ୱାମୀ ଅନୁଭବଙ୍କ ବିରୋଧରେ ବର୍ଷା ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
କଟକ ପରିବାର ଅଦାଲତରେ ବର୍ଷା ନିଜ ଦାମ୍ପତ୍ୟ ସମ୍ପର୍କର ସୁରକ୍ଷାର ଅନୁରୋଧ କରି ରୁଜୁ କରିଥିବା ମାମଲାର ଶୁଣାଣି ହେବ । ସେପଟେ ଅନୁଭବଙ୍କ ଅଭିଯୋଗର ଜବାବ ସୋସିଆଲ ମିଡିଆରେ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଫେସବୁକରେ ପୋଷ୍ଟ କରି ବର୍ଷା ଲେଖିଛନ୍ତି, ସତ କେବେ ଲୁଚି ରହେନା । ଜଣକ ଉପରେ ମିଛ ଅଭିଯୋଗ ଆଣି ଜଣକ ଚରିତ୍ର ଉପରେ ଆଙ୍ଗୁଠି ଉଠାଇବା ଆଗରୁ ଭଗବାନଙ୍କୁ ଭୟ କରିବା ଉଚିତ । ମୋର ଭଗବାନଙ୍କ ଉପରେ ସଂପୂର୍ଣ୍ଣ ବିଶ୍ୱାସ ରହିଛି ।