
ଭୁୁବନେଶ୍ୱର, କଟକରୁ ଫେରୁଥିବା ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଘଟାଇ ଚୁରମାର ହୋଇଯାଇଥିବା ଜଣା ପଡିିଛି । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଆଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳରେ ଏହି ଦୁର୍ଘଟଣା ଘଟିଛି ।
ମିଳିଥିବା ସୂଚନା ଅନୁସାରେ ଏହି ଆମ୍ବୁଲାନ୍ସଟି କଟକ-ଚାନ୍ଦବାଲି ରାସ୍ତାର ଆଳି ଡାକବଙ୍ଗଳା ଛକରେ ଭାରସାମ୍ୟ ହରାଇ ରାସ୍ତା ଉପରୁ ୫ ଫୁଟ ତଳକୁ ଖସି ଯାଇଥିଲା । ଫଳରେ ଦ୍ରୁତଗାମୀ ଆମ୍ବୁଲାନ୍ସଟି ପଲଟିବା ପରେ ଚୁରମାର ହୋଇଯାଇଛି ।