ଭୁବନେଶ୍ୱର– ବିଧାନସଭା ଅଧିବେଶନର ଦୁଇ ଦିନ ପୂର୍ବରୁ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀମାନଙ୍କର କରୋନା ନମୁନା ପରୀକ୍ଷା କରାଯିବ ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ତେବେ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ବିଧାନସଭା ଅଧିବେଶନ କେବେ ଆରମ୍ଭ ହେବ ସେ ନେଇ ଏଯାବତ୍ ସେଥିଲାଗି ତାରିଖ ଧାର୍ଯ୍ୟ ହୋଇନାହିଁ ।
ସେ କହିଛନ୍ତି ଯେ ବିଧାନସଭା ଅଧିବେଶନ ପୂର୍ବରୁ ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନମୁନା ପରୀକ୍ଷା କରାଯିବ । ନେଗେଟିଭ ରିପୋର୍ଟ ଆସିଲେ ହିଁ ବିଧାନସଭା ଭିତରକୁ ପ୍ରବେଶ ଲାଗି ଅନୁମତି ମିଳିବ ବୋଲି ବାଚସ୍ପତି କହିଛନ୍ତି ।