ବ୍ରହ୍ମପୁର : ରାଜ୍ୟ ସରକାର ନିର୍ଦ୍ଦେଶକ୍ରମେ ଜେଇଇ ଓ ନିଟ୍ ପରୀକ୍ଷାର ଶେଷ ଦିନରେ ପରୀକ୍ଷା ଦେବାକୁ ଆସୁଥିବା ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବାକୁ ପରୀକ୍ଷା କେନ୍ଦ୍ର ନିକଟରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସ୍ଟି ଭିନିସେଣ୍ଟ୍ କନଭେଣ୍ଟ ସ୍କୁଲ ରୋଡରେ ସ୍ୱତନ୍ତ୍ର ଷ୍ଟଲ୍ କରି ଓଡ଼ିଶା ମୋ ପରିବାର ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ପାଣି ବୋତଲ, ସାନିଟାଇଜର, ବିସ୍କୁଟ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାରର ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ବିଜେଡି ଯୁବ ସଭାପତି ଏନ୍.ଧନଞ୍ଜୟ ରାଓ, ବିଜୟ ଚନ୍ଦ୍ର ସାମଲ, ସସ୍ମିତା ସାହୁ, ଫାୟାଜ୍ ଖାନ୍, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ମଦନ ଦଳାଇ, ଅଜିତ ପଣ୍ଡା, ପ୍ରଭାତ ସାହୁ, ନେତାଜୀ ପାତ୍ର, ତାପସ ସାହୁ, ଜ୍ୟୋତିରଞ୍ଜନ ସାହୁ, ଏଙ୍କାଟି ପାତ୍ର, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଭାଗ୍ୟଶ୍ରୀ ମହାରଣା, ପ୍ରକାଶ ବିଷୋୟୀ, ସିଲୁ ସାବତ, ନିଖିୂଳ ଚୌଧୁରୀ, ସୁରେଶ ତ୍ରିପାଠୀଙ୍କ ସମେତ ବହୁ ସଦସ୍ୟସଦସ୍ୟା ପରୀକ୍ଷାର୍ଥୀଙ୍କୁ କିଟ୍ ପ୍ରଦାନ କରିଥିଲେ । ଏହାସହ ଖଲ୍ଲିକୋଟ କଲେଜ, ପାରଳା ମହାରାଜା, ରେଲାଣ୍ଡ, ବିଗ୍ନାନ କଲେଜ ନିକଟରେ ମଧ୍ୟ ସାନିଟେଜର କିଟ୍ ପ୍ରଦାନ କରାଯାଇଥିଲା।
Related Stories
November 22, 2024