ବ୍ରହ୍ମପୁର: କରୋନାକୁ ନେଇ ଏହିବର୍ଷ ଗଞ୍ଜାମର ପ୍ରସିଦ୍ଧ ମା’ କନ୍ଧୁଣୀ ଦେବୀଙ୍କ କଣ୍ଟାପୀଡା ଯାତ୍ରା ଫିକା ପଡିଯାଇଛି । ତେବେ ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ ଅଭିନବ ଶୁଭେଚ୍ଛା ଭାବେ ବଟନକୁ ସଜାଇ ସେ ମା’ କନ୍ଧୁଣୀ ଦେବୀଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ଏଥିସହ ଏହି କରୋନା ରୂପକ ରୋଗ ଦାଉରୁ ସାରା ଓଡ଼ିଶାକୁ ରକ୍ଷା କରିବା ସହ କିଭଳି ଜୀବନ ଯାପନ ସ୍ୱଭାବିକ ପୂର୍ବ ଭଳି ହେବ ତାହା କାମନା କରିଛନ୍ତି । ଏହି ଅଭିନବ ଶୁଭେଚ୍ଛା ଆର୍ଟ ପାଇଁ ୧୧୧୫ଟି ବିଭିନ୍ନ ରଙ୍ଗର ବଟନ ବ୍ୟବହାର କରିଛନ୍ତି । ଏହି ଆର୍ଟକୁ ବନାଇବା ପାଇଁ ତାଙ୍କୁ ୫ଘଣ୍ଟା ସମୟ ଲାଗିଥିଲା ।
Related Stories
November 22, 2024