ଆରା – ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିଜେପିର ରାଜ୍ୟସଭା ସଦସ୍ୟ ତଥା ହିନ୍ଦୁସ୍ଥାନ ସମାଚାରର ଅଧ୍ୟକ୍ଷ ଆରକେ ସିହ୍ନା ପଶ୍ଚିମ ଚମ୍ପାରନର ବେତିଆ ଠାରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ସିହ୍ନା କହିଛନ୍ତି ଯେ ଏହା ହେଉଛି ସେହି ମାଟି ଯେଉଁ ମାଟିରେ ସ୍ୱାଧୀନତା ଆନେ୍ଦାଳନକୁ ଏକ ନୂଆ ଦିଗ ମିଳିଥିଲା ।
ପଶ୍ଚିମ ଚମ୍ପାରନର ବେତିଆ ନଗର ସ୍ଥିତ ହଜାରୀମଲ ଧର୍ମଶାଳାର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସିହ୍ନା କହିଛନ୍ତି ଯେ ଗାନ୍ଧୀଜୀଙ୍କ ବିଚାର ଆଜିର ଦିନରେ ମଧ୍ୟ ପ୍ରାସଙ୍ଗିକ । ୧୦୨ ବର୍ଷ ଆଗରୁ ଚମ୍ପାରଣରେ ଜଣେ ଏପରି ବ୍ୟକ୍ତି ଆସିଥିଲା ଯେ ଭୋଜପୁରୀ କିମ୍ବା ଶୁଦ୍ଧ ହିନ୍ଦୀ ଭଲ ଭାବେ କହି ପାରୁ ନ ଥିଲା । ଚାଷୀ ମାନଙ୍କ ଉପରେ ଅତ୍ୟାଚାରର ବିରୋଧ କରିବାକୁ ସେ ଆସିଥିଲେ ।
ସେ କହିଥିଲେ ଯେ ଚମ୍ପାରଣ ହିଁ ମୋହନଦାସ କରମଚନ୍ଦ ଗାନ୍ଧୀଙ୍କୁୂ ମହାତ୍ମା କରିଥିଲା । ଗାନ୍ଧୀଜୀଙ୍କ ସିଦ୍ଧାନ୍ତ ଅସହଯୋଗ, ସତ୍ୟାଗ୍ରହ ଓ ଅହିଂସାର ଶୁଭାରମ୍ଭ ଚମ୍ପାରଣରୁ କରିଥିଲେ ।
ସେ କହିଛନ୍ତି ଯେ ଗାନ୍ଧୀଜୀଙ୍କ ଶିକ୍ଷା, ସ୍ୱଚ୍ଛତା ଓ ସ୍ୱାବଲମ୍ବନ ରାସ୍ତାରେ ଦେଶର ବିକାଶ ଓ ପ୍ରଗତିର ପରିକଳ୍ପନା କରିଥିଲେ ।
Related Stories
November 25, 2024