ଭୁବନେଶ୍ୱର–   ରାଜ୍ୟରେ ଗୋଟିଏ ଦିନରେ   ୩୮୧୦   ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୧୨୪୦୩୧   କୁ ବୃଦ୍ଧି ପାଇଛି ।  ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଟ୍ୱିଟ କରି  ସୂଚନା ଦିଆ  ଯାଇଛି ।
ରାଜ୍ୟରେ ବର୍ତମାନ ସୁଦ୍ଧା ୯୩୭୭୪  ଜଣ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ମାମଲା ୨୯୬୫୮  ରହିଛି ।
ଆଜି ଚିହ୍ନଟ ହୋଇଥିବା ୩୮୧୦ ଜଣଙ୍କ ମଧ୍ୟରୁ ୨୨୮୬ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୫୨୪ ଜଣ ସ୍ଥାନୀୟ ଲୋକ ବୋଲି  ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି  ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୭୯୭ ନୂଆ ମାମଲା ସାମନାକୁ ଆସିଛି ।
                            
                        
	                    