Related Stories
November 23, 2024
ମାଲକାନଗିରି– କରୋନାରେ ଆକ୍ରାନ୍ତ ହୋଇ ଯେଉଁଠି ଅଳ୍ପ ବୟସର ଶିଶୁ ଙ୍କଠାରୁ ଆରମ୍ଭ କରି ଲୋକ ମାନେ ମୁର୍ତ୍ୟୁ ବରଣ କରୁଛନ୍ତି ସେଠାରେ ଜଣେ ପକ୍ଷାଘାତ ଓ ଉଚ ରକ୍ତଚାପରେ ପୀଡିତ ୭୫ବର୍ଷୀୟବୃଦ୍ଧା କରୋନାକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ! ମାଲକାନଗିରି ସାମବାୟାଗୁଡାର ସୁଶାନ୍ତ ପଣ୍ଡାଙ୍କ ମା’ ମହାଲକ୍ଷ୍ମୀ ପଡାଙ୍କୁ ବର୍ତ୍ତମାନ ୭ ୫ ବର୍ଷ। ସେ ପକ୍ଷାଘାତଓ ଉଚ ରକ୍ତଚାପ ରୋଗରେ ପୀଡିତ ଥିବାରୁ ସେ ବିଛଣାରୁ ଉଠି ପାରୁନଥିଲେ । ଗୋଟିଏ ସ୍ଥାନରେ ପଡି ରହୁଥିଲେ। ଆଉ ନିକଟରେ ଜ୍ବର ହେବାରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ପଜେଟିଭ୍ ଆସିବା ପରେ ତାଙ୍କୁ ଗତ ୨୧ତାରିଖରେ ସ୍ଥାନୀୟ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଧିରେ ଧିରେ ଗୁରୁତର ହେବାକୁ ଲାଗିଲେ । ଗୋଟିଏ ପଟେ ପକ୍ଷାପାତ ଏବଂ ଅନ୍ୟପଟେ କରୋନାରେ ଆକ୍ରାନ୍ତ, ମହାଲକ୍ଷ୍ମୀଙ୍କୁ ମୃତ୍ୟୁ ଆଡକୁ ଟାଣି ନେଉଥିଲା। ଡାକ୍ତର ମଧ୍ୟ ଆଶା ଛାଡି ଦେଇଥିଲେ । ତାଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେଉଥିଲା । ଅକ୍ସିଜେନ ଦେଲେ ମଧ୍ୟ କାମ କରୁନଥିଲା। ଡାକ୍ତରମାନେ ମଧ୍ୟ କଣ କରିବେ କିଛି ଭାବି ପାରୁନଥିଲେ। ଡାକ୍ତରଙ୍କ ସବୁ ପ୍ରୟୋଗ କରିବା ପରେ ମଧ୍ୟ ଆଶା କ୍ଷୀଣ ରହିଥିବାରୁ ଶେଷରେ ମାଲକାନଗିରିରେ ନୂତନ ଭାବେ ଅଣାଯାଇଥିବା ଏଚଏଫଏନସି ( ହାଏ ଫ୍ଲୋ ନାଜାଲ କାନ୍ୟୁଲା ) ମେସିନକୁ ମହାଲକ୍ଷ୍ମୀ ଙ୍କମୁହଁରେ ଲଗାଯାଇଥିଲା। ପ୍ରଥମେ ୬ 0 ଲିଟର ଲେଖାଏଁ ଅକ୍ସିଜେନ ଦିଆଯାଇଥିଲା। ଏହା କାମ କଲା । ଧିରେ ଧିରେ ମହାଲକ୍ଷ୍ମୀ ସୁସ୍ଥ ହେବାକୁ ଲାଗିଲେ। ଡାକ୍ତର ମଧ୍ୟ ଏହି ମେସିନ ଦ୍ବାରା ,୬ 0,ରୁ ଧିରେ ଧିରେ ଅକ୍ସିଜେନ ପରିମାଣ କମାଇବାରେ ଲାଗିଲେ। ମହାଲକ୍ଷ୍ମୀ ଏହି ମେସିନ ବଳରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ। ଏହାଦେଖି ଡାକ୍ତରମାନେ ମଧ୍ୟ ହତବାକ ହୋଇଯାଇଥିଲେ ଯେଉଁ ରୋଗୀ ମୃତ୍ୟୁ ମୁଖକୁ ଟାଣି ହୋଇ ଯାଉଥିଲା ସେହି ରୋଗୀ ଆଜି ସୁସ୍ଥ ହୋଇ କଥାବାର୍ତ୍ତା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ! ଏହାସହ ସେ ପୂର୍ବରୁ କାହାକୁ ଚିହ୍ନି ପାରୁନଥିଲେ କିମ୍ବା ବିଛଣା ରୁଉଠି ପାରୁନଥିଲେ, ହେଲେ ଏବେ ସେ ଉଠି ବସି ପାରୁଛନ୍ତି , କଥାବାର୍ତ୍ତା ହୋଇପାରୁଛନ୍ତି। ଯାହାକୁ ନେଇ ଡାକ୍ତର ଏବଂ ପରିବାର ଲୋକଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି !