ଭୁବନେଶ୍ୱର-ବିଶ୍ୱହିନ୍ଦୁ ପରିଷଦ, ଓଡିଶା ପୂର୍ବ ତରଫରୁ ଓଡିଶାର ବନ୍ୟା ପ୍ରପୀଡିତ ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର ଜିଲ୍ଲାରେ ଶୁଖିଲା ଖାଦ୍ୟ, ବସ୍ତ୍ର, ପାଲ, ଗୋ ଖାଦ୍ୟ, ରୋଷେଇ ସାମଗ୍ରୀ ବିତରଣ କରାଯାଉଛି । ସଂଗଠନର ପୂର୍ବକ୍ଷେତ୍ର ସଂଗଠନ ମନ୍ତ୍ରୀ ଶ୍ରୀ ସପନ ମୁଖାର୍ଜୀ, ପ୍ରାନ୍ତ ସଂଗଠନ ମନ୍ତ୍ରୀ ଆନନ୍ଦଜୀ ପାଣ୍ଡେ ଏବଂ ପ୍ରାନ୍ତ ସମ୍ପାଦକ ପ୍ରଶାନ୍ତ ପଣ୍ଡା ରିଲିଫ ବିତରଣ ସ୍ଥାନରେ କାର୍ଯ୍ୟକର୍ତାମାନଙ୍କ ସହିତ ଉପସ୍ଥିତ ରହି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ କରୁଛନ୍ତି ।