ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ନୂଆ ୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୭ କୁ ବୃଦ୍ଧି ପାଇଛି । ୫୫୪ ସ୍ୱାବ୍ ନମୂନା ସଂଗ୍ରହ ପରେ ଆରଟି-ପିସିଆର୍ ଓ ର୍ୟାପିଡ଼୍ ଆଂଟିଜେନ ଟେଷ୍ଟ କରାଯାଇଥିଲା । ପରୀକ୍ଷାରୁ ୨୦ ରିପୋର୍ଟ ପଜିଟିଭ୍ ଆସିଥିଲା । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ, କୋଭିଡ଼୍ କେୟାର ସେଂଟରରେ ଭର୍ତି କରାଯାଇଛି । ସାମାନ୍ୟ ଆକ୍ରାନ୍ତମାନଙ୍କୁ ହୋମ୍ ଆଇସୋଲେସନରେ ପଠାଇ ଦିଆଯାଇଥିବା ନେଇ ପ୍ରଶାସନ ସୂତ୍ରରୁ ପ୍ରକାଶ ।
ନୂଆ ଚିହ୍ନଟ ଏହି ୨୦ ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଓ ମହିଳା ୭ ଜଣ ମହିଳା ରହିଛନ୍ତି । ସେମାନଙ୍କର ବୟସ ୨୩ ବର୍ଷରୁ ୭୦ ବର୍ଷ ମଧ୍ୟରେ ରହିଛି । ସେମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରାଚଂଳରୁ ୩ ଜଣ, ଗୋଷାଣି ବ୍ଲକରୁ ୪ ଜଣ, କାଶୀନଗର ବ୍ଲକରୁ ୨ ଜଣ, ମୋହନା ବ୍ଲକରୁ ୬ ଜଣ, ରାୟଗଡ଼ ବ୍ଲକରୁ ୩ ଜଣ, ଆର୍. ଉଦୟଗିରି ବ୍ଲକରୁ ଜଣେ ଏବଂ ଆନ୍ଧ୍ରପ୍ରଦେଶ (ପାଟପାଟ୍ଟନମ୍)ର ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜାରୀ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରୁ ସୂଚନା ମିଳିଛି ।