-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଖୋର୍ଧା ଜିଲ୍ଲାରେ ୭୯୭ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨୧୪୧୫ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୨୨୭, ବାଲେଶ୍ୱର ଜିଲ୍ଲାରେ ୪୩୩୦, ବରଗଡ ଜିଲ୍ଲାରେ ୩୪୨୩, ଭଦ୍ରକ ଜିଲ୍ଲାରେ ୩୨୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୦୨୪ . ବୌ ଦ୍ଧ ଜିଲ୍ଲାରେ ୮୨୧, କଟକ ଜିଲ୍ଲାରେ ୧୦୩୬୫, ଦେବଗଡ ଜିଲ୍ଲାରେ ୨୫୩, ଢେଙ୍କାନାଳ ଜିଲ୍ଲାରେ ୧୯୯୦. ଗଜପତି ଜିଲ୍ଲାରେ ୨୯୮୦, ଗଂଜାମ ଜିଲ୍ଲାରେ ୧୮୬୫୨, ଜଗତସିଂହପୁର ଜିଲ୍ଲାରେ ୨୨୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୪୬୦୩ , ଝାରସୁଗୁଡା ଜିଲ୍ଲାରେ ୧୭୭୬, କଳାହାଣ୍ଡି ଜିଲ୍ଲାରେ ୧୬୧୦, କନ୍ଧମାଳ ୨୪୧୧, କେନ୍ଦ୍ରାପଡା ଜିଲ୍ଲାରେ ୨୨୨୬, କେନ୍ଦୁଝର ଜିଲ୍ଲାରେ ୨୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୩୯୮୧ , ମାଲକାନଗିରି ଜିଲ୍ଲାରେ ୨୫୧୫, ମୟୁରଭଂଜ ଜିଲ୍ଲାରେ ୪୭୬୧. ନବରଙ୍ଗପୁର ଜିଲ୍ଲାରେ ୧୪୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୩୮୧, ନୂଆପଡା ଜିଲ୍ଲାରେ ୮୩୮ , ପୁରୀ ଜିଲ୍ଲାରେ ୪୪୨୩, ରାୟଗଡା ଜିଲ୍ଲାରେ ୫୩୦୯. ସମ୍ବଲପୁର ଜିଲ୍ଲାରେ ୩୨୯୮ . ସୁବର୍ଣପୁର ଜିଲ୍ଲାରେ ୧୦୬୭ ଓ ସୁନ୍ଦରଗଡ ଜିଲ୍ଲାରେ ୪୮୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।