
ଭୁବନେଶ୍ୱର– ରାଜ୍ୟରେ ଗୋଟିଏ ଦିନରେ ୩୮୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୪୦୩୧ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ରାଜ୍ୟରେ ବର୍ତମାନ ସୁଦ୍ଧା ୯୩୭୭୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ମାମଲା ୨୯୬୫୮ ରହିଛି ।
ଆଜି ଚିହ୍ନଟ ହୋଇଥିବା ୩୮୧୦ ଜଣଙ୍କ ମଧ୍ୟରୁ ୨୨୮୬ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୫୨୪ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୭୯୭ ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୭୩ , ବାଲେଶ୍ୱର ଜିଲ୍ଲାରେ ୧୨୦ ଜଣ, ବରଗଡ ଜିଲ୍ଲାରେ ୩୨୨, ଭଦ୍ରକ ଜିଲ୍ଲାରେ ୧୦୭, ବୌଦ୍ଧ ଜିଲ୍ଲାରେ ୨୯, ବଲାଙ୍ଗିର ଜିଲ୍ଲାରେ ୪୩ . କଟକ ଜିଲ୍ଲାରେ ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ୭. ଢେଙ୍କାନାଳ ଜିଲ୍ଲାରେ ୫୧, ଗଜପତି ଜିଲ୍ଲାରେ ୨୦, ଗଂଜାମ ଜିଲ୍ଲାରେ ୧୦୮, ଜଗତସିଂହପୁର ଜିଲ୍ଲାରେ ୬୭, ଯାଜପୁର ଜିଲ୍ଲାରେ ୨୫୨ . ଝାରସୁଗୁଡା ଜିଲ୍ଲାରେ ୧୯୨, କଳାହାଣ୍ଡି ଜିଲ୍ଲାରେ ୫୭ . କନ୍ଧମାଳ ଜିଲ୍ଲାରେ ୪୫, କେନ୍ଦ୍ରାପଡା ଜିଲ୍ଲାରେ ୧୦୩ ,କେନ୍ଦୁଝର ଜିଲ୍ଲାରେ ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୮୪ ଜଣ, ମାଲକାନଗିରି ଜିଲ୍ଲାରେ ୩୭ , ମୟୁରଭଂଜ ଜିଲ୍ଲାରେ ୧୪୨, ନବରଙ୍ଗପୁୁରରେ ୭୮, ନୟାଗଡ ଜିଲ୍ଲାରେ ୬୨, ନୂଆପଡା ଜିଲ୍ଲାରେ ୯୩, ପୁରୀ ଜିଲ୍ଲାରେ ୧୧୭, ରାୟଗଡା ଜିଲ୍ଲାରେ ୧୦୧, ସମ୍ବଲପୁର ଜିଲ୍ଲାରେ ୮୩ ,ସୋନପୁର ଜିଲ୍ଲାରେ ୧୦୬ ତଥା ସୁନ୍ଦରଗଡ ଜିଲ୍ଲାରେ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।