
ଭାରତୀୟ ସଂସ୍କୃତି ରେ ଗୁରୁ ଶିଷ୍ୟ ପରମ୍ପରା ଆଜି ଉଗ୍ର ଆଧୁନିକତାରେ ହଜିନଯାଉ, ଏହି ପ୍ରୟାସରେ ପ୍ରତ୍ୟେକ ବର୍ଷ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ତରଫରୁ ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ ମାଧ୍ୟମରେ ମେଧାବୀ ଛାତ୍ର ଛାତ୍ରୀ ଓ ତାଙ୍କ ସଫଳତା ପଛରେ ହାତ ଥିବା ଆଦର୍ଶ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ ପ୍ରତିବର୍ଷ କର|ଯାଇ ଆସୁଅଛି। ଚଳିତ ବର୍ଷ କରୋନା ମହାମାରୀ କଟକଣା ଯୋଗୁଁ ସାମାଜିକ ଦୂରତାକୁ ସମ୍ମାନ ଦେଇ ଏହି କାର୍ଯ୍ୟକ୍ରମକୁ ସଂକ୍ଷିପ୍ତ ଓ ପୃଥକ ଭାବେ ସ୍ଥାନୀୟ ବଡଶଙ୍ଖ ସ୍ଥିତ ରେଣୁକା ଏନକ୍ଲାଭ ଠାରେ ପାଳନ କରାଯାଇଛି ।ଚଳିତ ବର୍ଷ ଦଶମ ଶ୍ରେଣୀ ରେ ୯୦ ପ୍ରତିଶତ ରୁ ଅଧିକ ନମ୍ବର ରଖି ପାସ୍ କରିଥିବା ପ୍ରତ୍ୟେକ ବିଦ୍ୟାଳୟ ର ଶ୍ରେଷ୍ଠ ଛାତ୍ର ଛାତ୍ରୀ , ସେମାନଙ୍କ ର ଆଦର୍ଶ ଶିକ୍ଷକ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରି ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରିଷଦ ତରଫରୁ ଆୟୋଜିତ ଏହି ଗୁରୁ ଶିଷ୍ୟ ପରମ୍ପରା କାର୍ଯ୍ୟକ୍ରମ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଘୋଡା ବଜାର, ପୁରୀ ର ସର୍ବୋଚ୍ଚ ୯୭ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ର ଶ୍ରୀମାନ ଅଂଶୁମାନ ନନ୍ଦ, ମଧୂବନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ମେଧାବୀ ଛାତ୍ରୀ ସୁଶ୍ରୀ ରତିପ୍ରଜ୍ଞା ଦାସ, ନିଗମାନନ୍ଦ ସାରସ୍ଵତ ବିଦ୍ୟାନିକେତନ ର ମେଧାବୀ ଛାତ୍ରୀ ସୁଶ୍ରୀ ସ୍ତୁତିଶ୍ରୀ ତ୍ରିପାଠୀ, ବଳଗଣ୍ଡି ଇଚ୍ଚ ବିଦ୍ୟାଳୟ ର ମେଧାବୀ ଛାତ୍ର ଶ୍ରୀମାନ କୈାଶିକ ମିଶ୍ର, ଏବଂ ବିଶ୍ବମ୍ବର ବିଦ୍ୟାପୀଠ ପୁରୀ ର ମେଧାବୀ ଛାତ୍ରୀ ସୁଶ୍ରୀ ଆକାଂକ୍ଷା ପ୍ରିୟଦର୍ଶିନୀ ଙ୍କୁ ପରିଷଦର ଉପାଧ୍ୟକ୍ଷ ଡଃ ସୁରେନ୍ଦ୍ର ନାଥ ପତି ଅଭିନନ୍ଦନ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ଏହି ଉତ୍ସବରେ ଯୋଗଦେଇ ଥିବା କୃତି ଛାତ୍ର ଛାତ୍ରୀ ମାନେ ନିଜର ମାତା ପିତାଙ୍କ ସମେତ ନିଜ ନିଜର ଗୁରୁଜୀ ଙ୍କୁ ଭୂମିଷ୍ଠ ପ୍ରଣାମ କରି ଆଳତି ଓ ପାଦପୂଜା କରିଥିଲେ । ନିଜ ଜୀବନ ର ସଫଳତାର ଶ୍ରେୟ ଗୁରୁଜୀ ଙ୍କୁ ସମର୍ପଣ କରି ଅନୁଭୂତି ବର୍ଣ୍ଣର୍ନା କରିଥିଲେ । ଜଣେ ଶିକ୍ଷକ ନିଜ ଛାତ୍ରକୁ ନିଜ ଶିକ୍ଷକ ଭାବେ ଅଭିହିତ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ଙ୍କ ଆଦର୍ଶ ଶିକ୍ଷକ ଭାବେ ଶ୍ରୀ ଯୋଗେଶ ଚନ୍ଦ୍ର ନନ୍ଦ, ଲକ୍ଷ୍ମୀ ଧର ବାରିକ, ଦେବେନ୍ଦ୍ର କୁମାର ପୁରୋହିତ, ସ୍ମୃତି ଲତା ମିଶ୍ର, ରଂଜିତା ପଟ୍ଟନାୟକ, ଅଭୟ କୁମାର ସତପଥି,ଓ ଦିବାକର ଦଳାଇ ଙ୍କୁ ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ପ୍ରାନ୍ତ ସଂଗଠନ ସଚିବ ସୈାମେନ୍ଦ୍ର ଦାସ, ସଚିବ ସୁପ୍ରିତୀ ରଥ, ଅର୍ଥ ସଚିବ ଗୈାରାଙ୍ଗ ମିଶ୍ର ପୁଷ୍ପ ଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରିଷଦ ତରଫରୁ ଆୟୋଜିତ ଏହି ଉତ୍ସବକୁ ବୁଦ୍ଧ ଦେବ ମହାପାତ୍ର, ରାଜେଶ୍ ମହାରଣା, କୃଷ୍ଣ ଚନ୍ଦ୍ର ରଥ, ମୀରା ମହାରଣା, ଜଗଦୀଶ ଆଚାର୍ଯ୍ୟ, ରାମଚନ୍ଦ୍ର ଦଳାଇ ଓ ମଣିରାମ ଜୀ ପରିଚାଳନା କରିଥିଲେ ।