ଭୁବନେଶ୍ୱର- ସମନ୍ୱିତ ଶିଶୁ ବିକାଶ ଯୋଜନାରେ ପରିପୂରକ ଖାଦ୍ୟ କାର୍ଯ୍ୟକ୍ରମରେ ଗର୍ଭବତୀ ଓ ପ୍ରସୂତୀ ମହିଳା, ଶିଶୁ ଏବଂ କିଶୋରୀମାନଙ୍କ ପୁଷ୍ଟିସାଧନ ନିମନ୍ତେ ଯୋଗାଇ ଦିଆଯାଉଥିବା “ଟେକ୍ ହୋମ୍ ରାସନ୍’ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଗୁଣବତା ବଜାୟ ରଖିବା ଏବଂ ବଂଟନକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ପ୍ରତି ମାସ ୧ ତାରିଖରେ ଛତୁଆ ବଂଟନ ପାଇଁ ନିଷ୍ପତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଦ୍ୱିତୀୟ ମାସ ପାଇଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ମାତୃ କମିଟି ଏବଂ ଯାଂଚ କମିଟିଙ୍କ ତଦାରଖରେ ଏବଂ ଅଧିକାରୀମାନଙ୍କ ଉପସ୍ଥିତିରେ ଛତୁଆ ବଂଟନ କରାଯାଇଛି । ଏହି ବଂଟନ ବ୍ୟବସ୍ଥାକୁ ବିଭାଗର ବରିÂ ଅଧିକାରୀମାନଙ୍କ ସହ ଜିଲ୍ଲାସ୍ତରର ବରିÂ ଅଧିକାରୀମାନେ ଉପସ୍ଥିତ ରହି ତଦାରଖ କରିଛନ୍ତି । କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ଜିଲ୍ଲାପାଳମାନେ ନିଜେ ଉପସ୍ଥିତ ରହି ଛତୁଆ ବଂଟନ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଛନ୍ତି । ସେହିଭଳି ଅନ୍ୟାନ୍ୟ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ଡିଏସ୍ଡବ୍ଲୁ୍ୟଓ, ସିଡିପିଓ ଏବଂ ଆଇସିଡିଏସ୍ କର୍ମକର୍ତାମାନେ ଉପସ୍ଥିତ ରହି ବଂଟନ ବ୍ୟବସ୍ଥାକୁ ତଦାରଖ କରିଛନ୍ତି ।
ସଂପ୍ରତି ରାଜ୍ୟରେ ୬ ମାସରୁ ୩ ବର୍ଷ ବୟସର ଶିଶୁ, ଗର୍ଭବତୀ ମହିଳା, ପ୍ରସୂତୀ ମା’ ଏବଂ ୩ରୁ ୬ ବର୍ଷର
ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ଭାବେ ଛତୁଆ, ଲଡୁ, ଶୁଖିଲା ରାସନ୍ ଓ ଅଣ୍ଡା ଯୋଗାଇ ଦିଆଯାଉଛି ।
ନିର୍ଦ୍ଧିଷ୍ଟ ଦିନରେ ଛତୁଆ ବଂଟନ ଦ୍ୱାରା ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଉତରଦାୟିତ୍ୱକୁ ସୁନିଶ୍ଚିତ କରିବା ପାଇଁ ବିଭାଗ ତରଫରୁ ପ୍ରୟାସ କରାଯାଉଛି । ମିଶ୍ରଣ ଓ ବଂଟନର ସୁପରି·ଳନା ପାଇଁ “ମୋ ଛତୁଆ’ ଆପ୍ର ବିକାଶ କରାଯାଇଛି । ମହିଳା ଓ ଶିଶୁମାନଙ୍କ ପାଇଁ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ସହ ପ୍ରତି ପରିବାରରେ ପୋଷଣ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ନିକଟରେ “ଟିକି ମାଉସୀ’ ମାସ୍କଟ୍ର ଶୁଭାରମ୍ଭ କରାଯାଇଛି । “ଟିକି ମାଉସୀ’ ଜରିଆରେ ସଚେତନତାର ବାର୍ତା ପ୍ରତ୍ୟେକ ଘରେ ପହଂଚିପାରିବ ଏବଂ ଅପପୁଷ୍ଟି ରୋକିବା ଦିଗରେ ଫଳପ୍ରଦ ହୋଇପାରିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି ।
Related Stories
November 22, 2024